Masthead

‘ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପାଇଁ କିଏ ଦାୟୀ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍‌ । ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଥିଲା କହିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ । ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଗଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ଉଠାଇଲା ବିଜେପି ।

ଡିପିଆର କାହିଁକି ଭୁଲ ହେଲା ବଦଳା ଗଲା କାହିଁକି । ଯେଉଁ ମଠ ଭଙ୍ଗା ଗଲା କେବେ ତିଆରି ହେବ । ବିକାଶ ବିରୋଧ କରାଯାଉନି, ବିକାଶ କରିବା ପ୍ରକ୍ରିୟାକୁ ବିରୋଧ କରାଯାଉଛି । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉା ମୁଖ୍ୟମନ୍ତ୍ରୀଙ୍କୁ ଆଇସୋଲେଟେ କରି ରଖାଯାଇଛି । ନବୀନଙ୍କ ପାଖକୁ ଅନ୍ୟମାନେ କାହିଁକି ଯାଇପାରୁନାହାନ୍ତି? । ନବୀନ ବାବୁଙ୍କ ଅଧିକାଂଶ ଭିଡିଓ ତାଙ୍କ ନିଜର ନୁହେଁ । ଏଆଇ ବ୍ୟବହାର କରି ଭିଡିଓ ପ୍ରସ୍ତୁତ ହେଉଛି ।

ସେପଟେ ରାଜ୍ୟରେ ସରକାର ଆଉଟ ସୋର୍ସ ହୋଇଛି କହିଲେ ବୈଜୟନ୍ତ ପଣ୍ଡା । ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକପ୍ରକାର ବନ୍ଦୀ କରାଯାଇଛି ବୋଲି କହିଲେ ବୈଜୟନ୍ତ । ବ୍ୟକ୍ତିଗତ ଭାବେ ମୋତେ ଏହା ବେଶି ବାଧିଛି । ଆମ ପରିବାର ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି । ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ ।

ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ । ତାହା ତାଙ୍କର ‘ଡିପ୍‌ ଫେକ୍‌’ ବୋଲି କୁହାଯାଇ ପାରିବ । କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି । ଆଉ ଯାହା ଡିଫ୍‌ ଫେକ୍‌ ଜରିଆରେ କହୁଛନ୍ତି ତାହା ସତ ତ । ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର । ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡ଼ୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ