Masthead

ଛାଟପୂଜା ସମାବେଶକୁ ନିଷେଧ, ବିଜେପିର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରୁଛି ବିଜେପି । ଏହି ସମୟରେ ଆଜି ଅପରାହ୍ନରେ ବିଜେପି ସାଂସଦ ମନୋଜ ତିୱାରି ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନା ନିଆଯାଇଥିଲା । ଛାଟ ପୂଜାରେ ଦିଲ୍ଲୀ ସରକାରଙ୍କ ନିଷେଧାଦେଶକୁ ନେଇ ମନୋଜ ତିୱାରି ଦିଲ୍ଲୀ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିରୋଧ ପୂର୍ବରୁ ତାଙ୍କ କାର୍ଯ୍ୟାଳୟ ଏକ ଭିଡିଓ ପୋଷ୍ଟ କରିଥିଲା ଯେଉଁଥିରେ କି ମନୋଜ ପ୍ରଦର୍ଶନରେ ଯୋଗ ଦେବାକୁ ଲୋକଙ୍କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବାରମ୍ବାର ମନୋଜ ତିୱାରି ଟ୍ୱିଯ କରୁଥିବା ଦେଖିବାକୁ ମିଳିଛି ।

ଏକ ଟ୍ୱିଟରେ ଦିଲ୍ଲୀରେ ଲୋକଙ୍କ ଟିକାକରଣ ନେଇ ପ୍ରଶ୍ନ କରିଛନ୍ତି ମନୋଜ । ସେ ପଚାରିଛନ୍ତି ଯେ, ୧.୮କୋଟି ଲୋକଙ୍କୁ ଟିକାକରଣ କରାଯାଇଛି, ତେବେ ସାପ୍ତାହିକ ବଜାରଠାରୁ ମେଟ୍ରୋ, ବସ୍, ଥିଏଟର, ମଦ୍ୟପାନ ଦୋକାନ ପର୍ଯ୍ୟନ୍ତ ସବୁ କିଛି ଖୋଲା ଅଛି । ତେବେ ଛାଟ କାହିଁକି ପାଳନ କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ