Masthead

ଛାଟପୂଜା ସମାବେଶକୁ ନିଷେଧ, ବିଜେପିର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରୁଛି ବିଜେପି । ଏହି ସମୟରେ ଆଜି ଅପରାହ୍ନରେ ବିଜେପି ସାଂସଦ ମନୋଜ ତିୱାରି ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନା ନିଆଯାଇଥିଲା । ଛାଟ ପୂଜାରେ ଦିଲ୍ଲୀ ସରକାରଙ୍କ ନିଷେଧାଦେଶକୁ ନେଇ ମନୋଜ ତିୱାରି ଦିଲ୍ଲୀ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିରୋଧ ପୂର୍ବରୁ ତାଙ୍କ କାର୍ଯ୍ୟାଳୟ ଏକ ଭିଡିଓ ପୋଷ୍ଟ କରିଥିଲା ଯେଉଁଥିରେ କି ମନୋଜ ପ୍ରଦର୍ଶନରେ ଯୋଗ ଦେବାକୁ ଲୋକଙ୍କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବାରମ୍ବାର ମନୋଜ ତିୱାରି ଟ୍ୱିଯ କରୁଥିବା ଦେଖିବାକୁ ମିଳିଛି ।

ଏକ ଟ୍ୱିଟରେ ଦିଲ୍ଲୀରେ ଲୋକଙ୍କ ଟିକାକରଣ ନେଇ ପ୍ରଶ୍ନ କରିଛନ୍ତି ମନୋଜ । ସେ ପଚାରିଛନ୍ତି ଯେ, ୧.୮କୋଟି ଲୋକଙ୍କୁ ଟିକାକରଣ କରାଯାଇଛି, ତେବେ ସାପ୍ତାହିକ ବଜାରଠାରୁ ମେଟ୍ରୋ, ବସ୍, ଥିଏଟର, ମଦ୍ୟପାନ ଦୋକାନ ପର୍ଯ୍ୟନ୍ତ ସବୁ କିଛି ଖୋଲା ଅଛି । ତେବେ ଛାଟ କାହିଁକି ପାଳନ କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା