Masthead

ପାକିସ୍ତାନରେ ୫ ସଂଖ୍ୟାଲଘୁଙ୍କୁ ହତ୍ୟା

ବଡ଼ ଖବର ବ୍ୟୁରୋ: ଶୁକ୍ରବାର ପାକିସ୍ତାନରେ ୫ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରହୀମ ୟାର ଖାନ ସହରଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁଧାବି କଲୋନୀରେ ଏମାନଙ୍କୁ ହତ୍ୟା କରାଯାଇଛି। ରହୀମ ୟାର ଖାନରେ ସାମାଜିକ କାର୍ଯ୍ୟକର୍ତ୍ତା ବିରବଲ ଦାସ ନ୍ୟୁଜ୍ ଇଣ୍ଟରନ୍ୟାସନାଲକୁ କହିଛନ୍ତି ଯେ ରାମ ଚାନ୍ଦ ଜଣେ ହିନ୍ଦୁ । ଟେଲରିଂ କରି ପରିବାର ପ୍ରତିପୋଷଣ କରୁଥିଲା। ହିନ୍ଦୁ ହୋଇଥିବାରୁ ଏଭଳି ହତ୍ୟା ହୋଇଥିବା ଆଶଙ୍କା କରାଯାଉଛି ।

ଏହାପରେ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଆବୁଧାବି କଲୋନୀରେ ରହୁଥିବା ଏହି ପରିବାରର ସମସ୍ତ ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି । ମୃତଦେହ ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଓ କୁରାଢ଼ିକୁ ପାକିସ୍ତାନ ପୋଲିସ ଜବତ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପାକିସ୍ତାନରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ବାର ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

ଗତ କିଛି ବର୍ଷ ଧରି ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । କେତେବେଳେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ କରାଯାଉଛି । କିଛିଦିନ ତଳେ ଏକ ହିନ୍ଦୁ ମନ୍ଦିରକୁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ