Before Header

ସବୁ ଠିକ୍ ଚାଲିଛି: ମନମୋହନ ସାମଲ

0 1,231

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଗଣମାଧ୍ୟମରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଛନ୍ତି ସବୁ ଠିକ ଚାଲିଛି । ଆମର ଯାହା ପ୍ରକ୍ରିୟା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି । ସେପଟେ ମେଣ୍ଟ ହେବ ନା ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ । ରାଜ୍ୟର ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।

ସେପଟେ ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ । ଅପରାହ୍ନ ୪ଟା ୩୦ରେ ବୈଠକ ହେବ ବୋଲି କୁହାଯାଉଛି । ବରିଷ୍ଠ ନେତା ମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବୈଠକରେ ନିର୍ଦ୍ଦିଷ୍ଟ କେଉଁ ବିଷୟରେ ଆଲୋଚନା ହେବ ସେନେଇ ସୂଚନା ଦିଆଯାଇନାହିଁ ।

Leave A Reply

Your email address will not be published.