ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯାଉ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ବିଜେପିର ଟାର୍ଗେଟ । ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ଟାର୍ଗେଟ କରିଛି ବିଜେପି । ରାହୁଲଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବୟାନକୁ ନେଇ ବିବାଦ ଥମିବା ନାଁ ଧରୁନି। ରାହୁଲ ଗାନ୍ଧି ଭାରତର ଗଣତନ୍ତ୍ର ତଥା ସଂସଦ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବାରୁ ଏଥିନିମନ୍ତେ ସେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଜିଦ୍‌ ଧରିଛି ବିଜେପି।

ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ବି ଚେତାବନୀ ଦେଇଛି ବିଜେପି। ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି। ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରିବାକୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ନିମନ୍ତେ ଦାବି ଉଠାଇଛନ୍ତି ନିଶିକାନ୍ତ ଦୁବେ । ବିଜେପି ସାଂସଦ ଦୁବେ କହିଛନ୍ତି ଯେ, ୨୦୦୫ ମସିହାରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହାଦ୍ୱାରା ସଂସଦର ସମ୍ମାନକୁ ଆଘାତ କରାଯାଇଥିବା ଅଭିଯୋଗ ହେବା ପରେ ଏହି କମିଟି ଗଠିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’