Masthead

ମୋଦିଙ୍କ ରାଲିରେ ବିସ୍ଫୋରଣ ଘଟଣା; ୪ ଜଣଙ୍କୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ । ବିସ୍ଫୋରଣ ମାମଲାରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ୨ ଜଣଙ୍କୁ ଆଜୀବନ, ୨ ଜଣଙ୍କୁ ୧୦ ବର୍ଷ ଓ ଜଣେ ଦୋଷୀକୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୩ରେ ପାଟନା ଗାନ୍ଧି ମୈଦାନରେ ସିରିଜ୍‌ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରାଲି କରୁଥିଲେ। ମୋଦିଙ୍କ ଉପସ୍ଥିତିରେ ହିଁ ୮ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୮୫ ଜଣ ଆହତ ହୋଇଥିଲେ। ୮ ବର୍ଷ ତଳେ ଘଟିଥିବା ଏହି ଘଟଣାରେ ପ୍ରମାଣ ଅଭାବରୁ ଜଣଙ୍କୁ ପାଟନାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ଅକ୍ଟୋବର ୨୭ରେ ହିଁ ଦୋଷମୁକ୍ତ କରିଥିଲେ।

ଆଜି କୋର୍ଟ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୨୦୧୩ ଅକ୍ଟୋବର ୨୭ ତାରିଖରେ ଗାନ୍ଧି ମଇଦାନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲି ଚାଲିଥିଲା। ଏହି ସମୟରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା। ପାଟନା ଜଙ୍କସନ ପ୍ଳାଟଫର୍ମ ନମ୍ବର ୧୦ ନିକଟରେ ଥିବା ଶୌଚାଳୟରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଏହି ମାମଲାରର ତଦନ୍ତ କରି ଏନ୍‌ଆଇଏ ୧୦ ଜଣଙ୍କୁ ଗିରଫ କରିଥିଲା। ୨୦୧୪ ମସିହା ଅଗଷ୍ଟ ୨୧ରେ ହାଇଦର ଅଲୀ ଓରଫ ବ୍ଳାକ ବିୟୁଟି, ନୋମାନ ଅନସାରୀ, ମୋ.ମିଜିବୁଲ୍ଲାହ ଅନସାରୀ, ଇମ୍‌ତିଆଜ ଆଲମ, ଅହମଦ ହୁସେନ, ଫକରୁଦ୍ଦିନ, ମୋ.ଫିରୋଜ ଆଲମ, ଇମତିଆଜ ଅନସାରୀ, ଇଫ୍ତିକାର ଆଲମ, ଆଜାରୁଦ୍ଦିନ କୁରେଶି ଓ ତୈଫିକ ଅନସାରୀରକୁ ଗିରଫ କରି ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ଫକରୁଦ୍ଦିନ୍‌ଙ୍କୁ ଛାଡ଼ି ଅନ୍ୟ ସମସ୍ତ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀମାନଙ୍କୁ ଏବେ ବେୟୁର ଜେଲରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ