Before Header

ତାଲିବାନକୁ ଧମକ ଦେଲେ ଯୋଗୀ

0 26

ଗୋରଖପୁର(ବଡ଼ ଖବର ବ୍ୟୁରୋ): ତାଲିବାନକୁ ଧମକ ଦେଇଛନ୍ତି ଯୋଗୀ । ତେବେ ତାଲିବାନ ଯଦି ଭାରତ ଆଡ଼କୁ ଆସିବ, ତା’ହେଲେ ସଂଗଠନ ପାଇଁ ଏୟାର ଷ୍ଟ୍ରାଇକ ଯୋଜନା ପ୍ରସ୍ତୁତ ହୋଇ ରହିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ସାମାଜିକ ପ୍ରତିନିଧି ସମ୍ମିଳନୀରେ ଭାଷଣ ଦେଇ ଯୋଗୀ ତାଲିବାନ ସହ ରାଜ୍ୟରେ ଥିବା ନିଜର ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ହୋଇଛି। ଭାରତ ଉପରେ ଖରାପ ନଜର ପକାଇବାକୁ କେହି ବି ସାହାସ କରିପାରୁ ନାହାନ୍ତି। ତାଲିବାନ ପାଇଁ ପାକିସ୍ତାନ ଓ ଆଫଗାନବାସୀ ସଙ୍କଟମୟ ପରିସ୍ଥିତିରେ ରହିଛନ୍ତି। କିନ୍ତୁ ତାଲିବାନ ଭଲ ଭାବେ ଜାଣିଛି ଯେ ଯଦି ସେମାନେ ଭାରତ ଆଡ଼କୁ ବଢ଼ିବେ, ତା’ହେଲେ ଏୟାର ଷ୍ଟ୍ରାଇକ ପ୍ରସ୍ତୁତ ହୋଇ ରହିଛି।” ଆଦିତ୍ୟନାଥ ଏସ୍‌ବିଏସ୍‌ପି ମୁଖ୍ୟ ଓମ ପ୍ରକାଶ ରାଜବାହରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

ଓମ ପ୍ରକାଶ କେବଳ ନିଜ ପରିବାରର ବିକାଶ କରିବାକୁ ଚାହାନ୍ତି ବୋଲି ଯୋଗୀ ତାଙ୍କ ନାଁ ନେଇ କହିଛନ୍ତି। ସେ କହିଛନ୍ତି, “ଯେତେବେଳେ ବାପା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସେତେବେଳେ ଗୋଟିଏ ପୁଅ ସାଂସଦ ଓ ଆଉ ଗୋଟିଏ ପୁଅ ଏମଏଲସି ହେବାକୁ ଚାହୁଁଛନ୍ତି। ଏପରି ଲୋକଙ୍କ ଦୋକାନ ବନ୍ଦ ହେବା ଦରକାର। ରାଜବାହର ସହଂପ୍ରଦାୟର ଦୁଇ ଜଣ ସଦସ୍ୟ ମୋ କ୍ୟାବିନେଟରେ ଥିଲେ। କ୍ୟାବିନେଟ ବୈଠକ ବେଳେ ଜଣେ ମନ୍ତ୍ରୀ ବାହାରାଇଚି ଠାରେ ମହାରାଜ ସୁହେଲଦେବଙ୍କ ସ୍ମାରକୀ ପ୍ରତିଷ୍ଠାକୁ ବିରୋଧ କରିଥିଲେ। କିନ୍ତୁ ଅନୀଲ ରାଜବାହର ଗୋଟିଏ ବିଶାଳ ସ୍ମାରକୀ ପ୍ରତିଷ୍ଠା ସପକ୍ଷରେ କହିଥିଲେ।

ଆଜି ବାହାରାଇଚିରେ ବିଶାଳ ସ୍ମାରକୀ ନିର୍ମାଣ ଚାଲିଛି। ବିଜେପି ସରକାର ବାହାରାଇଚରେ ଥିବା ମେଡିକାଲ କଲେଜର ନାଁକୁ ବଦଳାଇ ସୁହେଲଦେବଙ୍କ ନାଁରେ ନାମିତ କରିଛି। ବିରୋଧୀ ଦଳଗୁଡ଼ିକ ମହାରାଜ ସୁହେଲଦେବଙ୍କ ପାଇଁ କ’ଣ ସବୁ କରିଛନ୍ତି? ମହମ୍ମଦ ଘୋରୀ ଓ ଅନୁପ୍ରବେଶକାରୀ ଗାଜିଙ୍କ ଅନୁଗାମୀମାନେ ଭୟ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ଯଦି ସୁହେଲଦେବ ସ୍ମାରକୀ ତିଆରି ହେବ, ତା’ହେଲେ ଲୋକମାନେ ଗାଜି କଥା ଭୁଲି ଯିବେ। ତେଣୁ ସେମାନେ ପରୋକ୍ଷରେ ସୁହେଲଦେବଙ୍କ ସ୍ମାରକୀକୁ ବିରୋଧ କରୁଛନ୍ତି।”

 

Leave A Reply

Your email address will not be published.