ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଲୋକେ ଗୁରୁତର

କୋରେଇ (ବଡ଼ ଖବର ବ୍ୟୁରୋ): କୋରେଇ ବ୍ଲକ ତଳଗଡ ପଞ୍ଚାୟତରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଏକାଧିକ ଲୋକ ଗୁରୁତର ହେବା ପରେ ଆତଙ୍କରେ ଅଛନ୍ତି ପଞ୍ଚାୟତବାସୀ।ଏହି ପଞ୍ଚାୟତର ଅନେକ ଗାଁରେ ଆକ୍ରମଣ କରୁଛି ଅଜଣା ବନ୍ୟଜନ୍ତୁ। ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ। ସେପଟେ ବନ ବିଭାଗ ସମ୍ପୂର୍ଣ ସଜାଗ ଥିବା ଓ ଖୁବଶୀଘ୍ର ସେ ଅଜଣା ବନ୍ୟଜନ୍ତୁଙ୍କୁ ଧରିବେ ବୋଲି କହିଛନ୍ତି । ସୂଚନା ମୁତାବକ ଦମ୍ପତି ଶୌଚ ହେବାକୁ ଯାଇଥିବାବେଳେ ଏକ ଅଜଣା ବନ୍ୟଜନ୍ତୁ ଆକ୍ରମଣ କରିଥିଲା ।

ଯେଉଁଥିରେ କଣ୍ଟାଝରି ଗାଁର ବିନୋଦ ପଲେଇ ସାମାନ୍ୟ ଆହତ ହେଇଥିବାବେଳେ ତାଙ୍କ ପତ୍ନୀ ବଉଳ ପଲେଇ ଗୁରୁତର ଆହତ ହୋଇଛନ୍ତି। ସେହିପରି ମଙ୍ଗରାଜପୁର ଗାଁର ସନାତନ ସାହୁ ମଧ୍ୟ ଘର ବାହାରକୁ ଯାଇଥିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ କରିଥିଲା । ତେବେ ଗତ ଦୁଇଦିନ ମଧ୍ୟରେ ଏକାଧିକ ଲୋକଙ୍କୁ ଏହି ଅଜଣା ବନ୍ୟଜନ୍ତୁ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସେପଟେ ଏହି ଖବର ପାଇ ଯାଜପୁର ରୋଡ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣର ତଦନ୍ତ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେଉଁ ଜନ୍ତୁ ଆକ୍ରମଣରେ ଲୋକମାନେ ଆହତ ହେଉଛନ୍ତି ଜଣାପଡି ନାହିଁ। ସେପଟେ ଏହି ବନ୍ୟଜନ୍ତୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି । ତୁରନ୍ତ ଏହି ଅଜଣା ବନ୍ୟଜନ୍ତୁକୁ ଧରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ