Masthead

ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଲୋକେ ଗୁରୁତର

କୋରେଇ (ବଡ଼ ଖବର ବ୍ୟୁରୋ): କୋରେଇ ବ୍ଲକ ତଳଗଡ ପଞ୍ଚାୟତରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଏକାଧିକ ଲୋକ ଗୁରୁତର ହେବା ପରେ ଆତଙ୍କରେ ଅଛନ୍ତି ପଞ୍ଚାୟତବାସୀ।ଏହି ପଞ୍ଚାୟତର ଅନେକ ଗାଁରେ ଆକ୍ରମଣ କରୁଛି ଅଜଣା ବନ୍ୟଜନ୍ତୁ। ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ। ସେପଟେ ବନ ବିଭାଗ ସମ୍ପୂର୍ଣ ସଜାଗ ଥିବା ଓ ଖୁବଶୀଘ୍ର ସେ ଅଜଣା ବନ୍ୟଜନ୍ତୁଙ୍କୁ ଧରିବେ ବୋଲି କହିଛନ୍ତି । ସୂଚନା ମୁତାବକ ଦମ୍ପତି ଶୌଚ ହେବାକୁ ଯାଇଥିବାବେଳେ ଏକ ଅଜଣା ବନ୍ୟଜନ୍ତୁ ଆକ୍ରମଣ କରିଥିଲା ।

ଯେଉଁଥିରେ କଣ୍ଟାଝରି ଗାଁର ବିନୋଦ ପଲେଇ ସାମାନ୍ୟ ଆହତ ହେଇଥିବାବେଳେ ତାଙ୍କ ପତ୍ନୀ ବଉଳ ପଲେଇ ଗୁରୁତର ଆହତ ହୋଇଛନ୍ତି। ସେହିପରି ମଙ୍ଗରାଜପୁର ଗାଁର ସନାତନ ସାହୁ ମଧ୍ୟ ଘର ବାହାରକୁ ଯାଇଥିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ କରିଥିଲା । ତେବେ ଗତ ଦୁଇଦିନ ମଧ୍ୟରେ ଏକାଧିକ ଲୋକଙ୍କୁ ଏହି ଅଜଣା ବନ୍ୟଜନ୍ତୁ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସେପଟେ ଏହି ଖବର ପାଇ ଯାଜପୁର ରୋଡ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣର ତଦନ୍ତ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେଉଁ ଜନ୍ତୁ ଆକ୍ରମଣରେ ଲୋକମାନେ ଆହତ ହେଉଛନ୍ତି ଜଣାପଡି ନାହିଁ। ସେପଟେ ଏହି ବନ୍ୟଜନ୍ତୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି । ତୁରନ୍ତ ଏହି ଅଜଣା ବନ୍ୟଜନ୍ତୁକୁ ଧରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି