Masthead

୧୫ ଘଣ୍ଟା ପରେ ଉଦ୍ଧାର ହେଲା ଶବ

ରାଇଘର(ବଡ଼ ଖବର ବ୍ୟୁରୋ); ହାତୀ ଦଳିବାର ୧୫ ଘଣ୍ଟାପରେ ଘଞ୍ଚ ଜଙ୍ଗଲରୁ ବନ ବିଭାଗ ଓ ସ୍ଥାନୀୟ ପୋଲିସ ଶବ ଉଦ୍ଧାର କଲା । ଗତକାଲି ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟିବ୍ଲକ ଅନ୍ତର୍ଗତ କଣ୍ଟା ଗାଁରେ । ଗାଁ ର ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାର କାର୍ୟ୍ୟରେ ଥିବା ସୁନାସିର ଦିଶାରୀ ଏବଂ ବୁଦନ ସୌରା ଗତକାଲି ସନ୍ଧ୍ୟା ୪ଟା ରେ ଜଙ୍ଗଲକୁ ଯାଇଥିବା ବେଳେ ହଠା୍ତ ଏକ ହାତୀ ତାଙ୍କ ସାମ୍ନାକୁ ଆସିଯାଇଥିଲା ହାତୀକୁ ଦେଖି ଉଭୟ ଦୌଡ଼ିବା ବେଳେ ବୁଦନ ସୌରା ହାତୀ ହାବୁଡ଼ରେ ପଡିଯାଇଥିଲେ ,ହାତୀ ବୁଦନକୁ ମାରି ଦେଇଥିବା ସୁନାସିର ଗ୍ରାମବାସୀଙ୍କୁ ଜଣେଇବା ପରେ ବନ ବିଭାଗର ଏକ ଟିମ ଗାଁରେ ରାତି ତମାମ ପହରା ଦେଇଥିଲେ ଆଜି ସକାଳୁ ବହୁ ଖୋଜା ଖୋଜି କରିବା ପରେ ବୁଦନର ଶବକୁ ଉଦ୍ଧାର କରିଛନ୍ତି , ତେବେ ଏ ଅଞ୍ଚଳରେ ପୂର୍ବରୁ କେବେ କେହି ହାତୀ ଦେଖି ନଥିବାରୁ ପ୍ରାୟ ୧୦ ଖଣ୍ଡ ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି , ଅନ୍ୟପଟେ ହାତୀଟି ବୌଦ୍ଧ ଜିଲ୍ଲାରୁ ହାତୀ ପଲ ଠାରୁ ଅଲଗା ହେଇ କଳାହାଣ୍ଡି ଜିଲ୍ଲା ଦେଇ କଣ୍ଟା ଗାଁ ରେ ପହଞ୍ଚିଛି ବର୍ତ୍ତମାନ ହାତୀଟି ପୁଣି ନବରଙ୍ଗପୁର ଜିଲ୍ଲାର ମଇଦଲପୁର ଜଙ୍ଗଲ ଆଡକୁ ଯାଇଥାଇ ପାରେ ବୋଲି ଅନୁମାନ କରୁଛି ବନ ବିଭାଗ ,ଏପଟେ ମୃତକଙ୍କୁ କ୍ଷତିପୂରଣ ଦେବା ସହ ହାତୀକୁ ଏ ଅଞ୍ଚଳରୁ ଘଉଡେଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା