Masthead

ବିଜେପିରେ ମିଶିଲେ ବିଜେଡିର ଶତାଧିକ କର୍ମୀ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବିଜେଡିର ଶତାଧିକ କର୍ମୀ ବିଜେପିରେ ସାମିଲ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖମାର ଠାରେ ଅୟୋଜିତ ମିଶ୍ରଣ ପର୍ବରେ ମିଶିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି । ବିଧାୟକ ସରୋଜ ମେହେରଙ୍କ ମନମାନିରେ ଅତିଷ୍ଠ ହୋଇ ସେମାନେ ଦଳ ଛାଡି ଥିବା କହିଛନ୍ତି । ପାଟଣାଗଡ଼ ଏନଏସି ଓ ଧୂମାଭଟା ଅଞ୍ଚଳର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ସେମାନଙ୍କ କହିବା କଥା ହେଲା ଗତ ନିର୍ବାଚନରେ ସେମାନେ ଦଳ ପାଇଁ କଠିନ ପରିଶ୍ରମ କରି ବିଧାୟକ ସରୋଜଙ୍କୁ ବିଜୟୀ କରାଇଥିଲେ । ହେଲେ ସେତେବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା କହିଛନ୍ତି ଦଳ ଛାଡିଥିବା କର୍ମୀ । ଏପରିକି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ଅଧାପନ୍ତରିଆ ହୋଇ ପଡିଛି ।

କିନ୍ତୁ ବିଧାୟକଙ୍କ ମନମାନି ଯୋଗୁ ଦଳରେ କୋଣଠେସା ହେବା ସହ ଅତିଷ୍ଠ ହୋଇ ଦଳ ଛାଡିଛନ୍ତି ବିଜେଡି କର୍ମୀ । ତେବେ ବିଜେପିରେ ହୋଇଥିବା ସମସ୍ତ ବିଜେଡି କର୍ମୀଙ୍କୁ ସ୍ଵାଗତ ଜଣାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ । ସେପଟେ ଦଳରେ ମନମାନି ଅଭିଯୋଗ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି