Before Header

ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝି

0 22

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିବେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି । ନବରଙ୍ଗପୁର ସହରରେ ହେବାକୁ ଥିବା ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ଓ  ବିଜେଡିର ରାଜ୍ୟସ୍ତରୀୟ ବହୁ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ପ୍ରଦୀପ । ଏନେଇ ପ୍ରଦୀପ ନିଜେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ଇସ୍ତଫା ଦେଇଥିଲେ ହଜାର ହଜାର ସମର୍ଥକ ।

ପ୍ରଦୀପ ଓ ତାଙ୍କ ଅନୁଗତ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିବା ପରେ ମିଶ୍ରଣ ପର୍ବ ସଭାସ୍ଥଳରେ ପହଞ୍ଚିବେ । ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦ହଜାର ବିଜେଡି କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.