Masthead

ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି, ବିଜେପିକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର (ବଡ଼ ଖବର ବୁ୍ୟରୋ): ପାଟଣାଗଡ ପରେ ଏବେ ଲୋଇସିଂହା ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ଦୁଇ ବିଜେପିକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ବିଜେଡି ନେତା । ଏପରିକି ଲୋଇସିଂହା ବ୍ଲକ ପରିସରରେ ବିଜେପି କର୍ମୀଙ୍କୁ ପିଟାମରା କରିଥିବା ଅଭିଯୋଗ ହୋଇଛି । ବିଧା, ଗୋଇଠା ସହ ଲୁହା ରଡରେ ଆକ୍ରମଣ କରିଛନ୍ତି । ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ଲୋକ ଲଗାଇ ବିଜେପିକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଘଟଣାରେ ଦୁଇ ଜଣ ବିଜେପିକର୍ମୀ ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଦୁଇ ବିଜେପି ର୍ମୀ ହେଲେ ବାଦିବାହାଲର ସୁନୀଲ ଦାସ ଓ ମୁରଶୁଣ୍ଢର ବିଜୟ ବିଶ୍ଵାଳ । କେନ୍ଦ୍ରୀୟ ପାଣ୍ଠିରେ ବ୍ଲକ ଅଧ୍ୟକ୍ଷ ମନମାନି କରି କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରିଥିଲେ ବିଜେପିକର୍ମୀ । ହେଲେ ସମସ୍ୟାର ସମାଧାନ ନକରି ବିଜେଡି ନେତା ଗୁଣ୍ଡା ଡକାଇ ବିଜେପିକର୍ମୀଙ୍କୁ ନିସ୍ତୁକ ପିଟାମରା କରିଛିନ୍ତି । ତେବେ ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲଙ୍କ ଇଙ୍ଗିତରେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବିଜେପିକର୍ମୀ । ସେପଟେ ଅଭିଯୋଗ ନେଇ ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !