ସୂଚନା ଅଧିକାରକର୍ମୀଙ୍କ ଉପରେ ବୋମା ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ସୂଚନା ଅଧିକାରକର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଜେନାପୁର ଥାନା  ଡ଼ଙ୍କାରୀ ଅଞ୍ଚଳର ରବି ଦାସ ବୋଲି ଜଣା ପଡ଼ିଛି । ପୋଲିସ ତାକୁ ଆଠଗଡ଼ ଅଞ୍ଚଳରୁ ଗିରଫ କରିଛି । ଏହି ବୋମାମାଡ ଘଟଣାରେ ସେ ମାଷ୍ଟର ମାଇଣ୍ଡ ଥିଲା । ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ପୂର୍ବରୁ ୪ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଗତ ୨୭ତାରିଖ ରାତିରେ ଧର୍ମଶାଳା ଥାନା ଇମାମନଗର ଗାଁରେ ଘଟିଥିଲା ଏହି ଘଟଣା। ସର୍ବେଶ୍ୱରଙ୍କ ସମେତ ଅନ୍ୟ ୨ ସହଯୋଗୀ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ସୂଚନା ଥାଉକି, ଗତ ମାସ ୨୭ ତାରିଖ ସଂଧ୍ୟାରେ ଶ୍ରୀ ବେହୁରା ନିଜ କାରରେ ଫେରୁଥିବା ବେଳେ ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ନିକଟରେ ପଥର ମାଫିଆମାନେ ଯୋଜନାବଦ୍ଧ ଭାବେ ବୋମାମାଡ଼ କରି ହତ୍ୟା ଉଦ୍ୟମ କରଥିଲେ। ଶ୍ରୀ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଆହତ ହୋଇଥିଲେ। ବିଭିନ୍ନ ଦୁର୍ନୀତି ଓ ଲଘୁ ଖଣିଜ ସମ୍ପଦ ଲୁଟ୍ ପ୍ରତିବାଦରେ ଶ୍ରୀ ବେହୁରା ଜନସ୍ବାର୍ଥ ମାମଲା ସହିତ ଲୋକାୟୁକ୍ତରେ ଏକାଧିକ ମାମଲା କରିବା ଫଳରେ ପଥର ମାଫିଆ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ