ଆଜିଠୁ ନାଟମଣ୍ଡପ ମରାମତି

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟ । ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏଏସଆଇ କରିବ କାମ । ଭାରତୀୟ ପ୍ରତ୍ନତତ୍ତ୍ୱ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ଏହି ମରାମତି କାମ କରାଯିବ । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ ।

ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି । ନାଟମଣ୍ଡପ ମୁଖ୍ୟ ବିମରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମକୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି ।

ସାତପାହାଚ ଠାରୁ ଭକ୍ତମାନେ ଡାହାଣ ପଟେ ଯାଇ ପୁର୍ନବାର ବାମପଟେ ଯାଇ ଜାଲି ଦ୍ୱାର ଓ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ଭିତରକାଠ ଦର୍ଶନ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ବାହାରକାଠ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!