Masthead

ଚୁନରଗଡ଼ି ଗ୍ରାମରୁ ବାଳକ ଉଦ୍ଧାର

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ଚୁନରଗଡ଼ି ଗ୍ରାମରୁ ବାଳକ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଚୁନରଗଡ଼ି ଗ୍ରାମରୁ ବାଳକ ଉଦ୍ଧାର। ବାଳକର ନାମ ସାଗର ମୁଣ୍ଡା । ସାଗର ତେଲକୋଇ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ସୂଚନା ଅନୁସାରେ କିଛି ଦିନ ତଳେ ବଂରପାଳ ତାଙ୍କ ପିଉସାଙ୍କ ଘରକୁ ବୁଲିବାକୁ ଯାଇ ଜଣେ ମଲାର ସମ୍ପ୍ରଦାୟର ବ୍ୟକ୍ତିଙ୍କ ସହ କଙ୍କଡ଼ାହାଡ଼ ବ୍ଲକ ଝିଲି ଗ୍ରାମକୁ ଆସିଥିଲେ।

ସାଗର ମଲାର ସମ୍ପ୍ରଦାୟର ଲୋକ ମାନଙ୍କ ସହିତ ଜଙ୍ଗଲରେ ରହି ଖାପ ଖୁଆଇ ଚଳି ପାରି ନ ଥିଲେ ।ପରେ ଚୁନରଗଡ଼ି ଗ୍ରାମ ଭିତରକୁ ଚାଲି ଆସିଥିଲେ। ଗ୍ରାମବାସୀ ବାଳକର ପରିଚୟ ନ ପାଇବାରୁ କଙ୍କଡ଼ାହାଡ଼ ଥାନା କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତଙ୍କ ସାଗରକୁ ଉଦ୍ଧାର କରିଥିଲେ ଏବଂ ନିଜ ଗ୍ରାମକୁ ପଠାଇ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ