Masthead

କେନ୍ଦ୍ର ସରକାରଙ୍କୁ ପୋଷ୍ଟର ଆଟାକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଂଚଳିକ ଦଳକୁ ଏବେ ଘାଂଟୁଛି ସିବିଆଇ ଓ ଇଡି । ପ୍ରଥମେ ମନୀଷ ସିସୋଦିଆ, ପରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ ଆଉ ଏବେ କେସିଆରଙ୍କ ଝିଅ କେ. କବିତାଙ୍କୁ ଜେରା କରିଛି ଇଡି । ଆଉ ଏତିକି ବେଳେ ସିଆଇଏସଏଫ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ଭିନ୍ନ ଢଙ୍ଗରେ ବିରୋଧ କରିଛି କେସିଆରଙ୍କ ବିଆରଏସ ହାଇଦ୍ରାବାଦର ଛକ ଛକରେ ଲାଗିଛି ଓାସିଂ ପାଉଡରର ପୋଷ୍ଟର । । ହାଇଦ୍ରାବାଦରେ ବିଆରଏସ ପୋଷ୍ଟର ଲଗାଇଛି । ଯେଉଁଥିରେ ବାଏ ବାଏ ମୋଦୀ ଲେଖା ହୋଇଛି । ଯେଉଁଥିରେ ୱାଶିଂ ପାଉଡର ନିର୍ମା ଓ ୱେଲକମ ଟୁ ଅମିତ ଶାହ ଲେଖା ହୋଇଛି । ଏହି ପୋଷ୍ଟରରେ କିନ୍ତୁ ବିଜେପିକୁ ଆମଦାନୀ ହୋଇଥିବା ନେତାଙ୍କ ମୁହଁର ଫଟୋ ରହିଛି ।

ଏହି ବିଜ୍ଞାପନ ଜରିଆରେ କୁହାଯାଇଛି ଯେ ଯେଉଁମାନେ ଦଳ ବଦଳ କରି ବିଜେପିରେ ସାମିଲ ହେଉଛନ୍ତି ତାଙ୍କ ବିରୋଧରେ କୌଣସି ରେଡ କିମ୍ବା ତଦନ୍ତ ହେଉ ନାହିଁ । ଯେଉଁଥିରେ ଶୁଭେନ୍ଦୁ ଅଧିକାରୀ, ହିମନ୍ତ ବିଶ୍ୱଶର୍ମା, ନାରାୟଣ ରାଣେଙ୍କ ଭଳି ନେତାଙ୍କ ନାଁ ଲେଖା ହୋଇଛି । ସେହିପରି ଏକ ରାବଣ ପୋଷ୍ଟର ଲାଗିଛି । ଏହାସହ ରାବଣର ଦଶଟି ମୁଣ୍ଡ ଜାଗାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ନା ଲେଖା ହୋଇଛି । ଦେଶକୁ ଲୁଟ୍ କରୁଥିବା ପୁଞ୍ଜିପତିଙ୍କୁ କେବେ ତଦନ୍ତ ପାଇଁ ସିବିଆଇ ଏବଂ ଇଡିକୁ ପଠାଇବେ ସରକାର । ତେବେ ଯାହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି