Masthead

ଜୀବନ ଯିବା ଆଗରୁ କହିଗଲେ ଶେଷ କଥା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କରୋନା ତାର ତାଣ୍ଡବ ମଚାଇବାରେ ଲାଗିଛି । ଦ୍ରୁତଗତିରେ କରୋନାର ଦ୍ୱିତୀୟ ଲହଲ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣରୁ କିଏ ବି ବାଦ ପଡ଼ୁନାହାନ୍ତି । ୫୧ ବର୍ଷିୟ ମେଡିକାଲ ଅଫିସର ଡ.ମନୀଷ ଯାଦବ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ । ସିୱରି ଟିବି ହସ୍ପିଟାଲରେ ନିୟୋଜିତ ୫୧ ବର୍ଷୀୟା ସିନିୟର ମେଡିକାଲ ଅଫିସର ଡକ୍ଟର ମନୀଷା ଯାଦବ ।

କରୋନା ଦ୍ୱାରା ସଂକ୍ରମିତ ହେବା କାରଣରୁ ପ୍ରାଣ ହରାଇଛନ୍ତି । ସେ ରବିବାର ଫେସବୁକରେ ନିଜର ଶୁଭେଚ୍ଛୁମାନଙ୍କୁ ଶେଷଥର ପାଇଁ ‘ଗୁଡବାଏ’ ବୋଲି କହିଥିଲେ । ତାହାର ୩୬ ଘଣ୍ଟା ପରେ ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଛି ।ରବିବାର ସକାଳେ ସେ କରିଥିବା ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ, ‘ମୁଁ ସମସ୍ତଙ୍କୁ ଶେଷଥର ପାଇଁ ଗୁଡବାଏ କହୁଛି ।

ଏହା ବୋଧହୁଏ ମୋ ପାଇଁ ଶେଷ ସକାଳ ହୋଇପାରେ ।  ଆପଣମାନେ ନିଜ ନିଜର ଧ୍ୟାନ ରଖନ୍ତୁ । ସବୁବେଳେ ମନେ ରଖନ୍ତୁ କି କେବଳ ଶରୀରର ମୃତ୍ୟୁ ହୋଇଥାଏ । ଆତ୍ମାର ନୁହେଁ । ଆତ୍ମା ଅମର ।’ ତାଙ୍କର ଏହି କଥା ସତ ପ୍ରମାଣିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ