Masthead

ମହାରାଷ୍ଟ୍ରରେ ବିଆରଏସର ସମାବେଶ

ମହାରାଷ୍ଟ୍ର  (ବଡ଼ ଖବର ବ୍ୟୁରୋ): ବଳ ସଂଗ୍ରହ କରି ଆଗକୁ ବଢୁଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ଜାତୀୟସ୍ତରରେ କାୟା ବିସ୍ତାର କରିବାକୁ ଲାଗିଛି ବିଆରଏସ୍ । ମହାରାଷ୍ଟ୍ରରେ ଆଜି ଆୟୋଜିତ ହେଉଛି ବିଶାଳ ସମାବେଶ । ମହାରାଷ୍ଟ୍ରର ଲୋହାସ୍ଥିତ ବେଲବଜାର ମଇଦାନରେ ଆୟୋଜିତ ହେବ ଏହି ବିଶାଳ ସମାବେଶ । ଅବକି ବାର କିସାନ ସରକାର ନାରା ଦେଇ ବିଆରଏସ୍ ଦେଶର କୋଟି କୋଟି କୃଷକଙ୍କ ଆସ୍ଥାଭାଜନ ହେବାରେ ଲାଗିଛି ।

ତେଲେଙ୍ଗାନା ମଡେଲରେ କୃଷକମାନଙ୍କ ସମସ୍ୟାର ସମାଧାନ ଲକ୍ଷ୍ୟରେ ବିଆରଏସ୍ ତା’ର କାର୍ଯ୍ୟଧାରା ଜାରି ରଖିଛି । ଚାଷୀଙ୍କ ସମସ୍ୟା ଦୂର କରି କ୍ଷମତାର ଶୀର୍ଷସ୍ତରରେ ସେମାନଙ୍କୁ ବସାଇବା ଲକ୍ଷ୍ୟରେ କାର୍ଯ୍ୟପନ୍ଥାକୁ ଜୋରଦାର କରିଛି ବିଆରଏସ୍ । ମହାରାଷ୍ଟ୍ରରେ ହେବାକୁ ଥିବା ବିଶାଳ ସମାବେଶରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଯୋଗ ଦେଇ ଦଳର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ହଜାର ହଜାର କୃଷକଙ୍କୁ ଅବଗତ କରାଇବେ । ତାଙ୍କ ସହ ଦଳର ଛାମୁଆ ସଙ୍ଗଠକ ଓ ନେତା ମଧ୍ୟ ଯୋଗ ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ