Masthead

ବିଏସଏଫ ବାହିନୀକୁ ମିଳିଲା ବଡ଼ ସଫଳତା, ଜଙ୍ଗଲରୁ ମାଓ ଡମ୍ପ ଜବତ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ବିଏସଏଫ ବାହିନୀକୁ ମିଳିଲା ବଡ଼ ସଫଳତା । ଗୁଇନ୍ଦା ସୂଚନା ଆଧାରରେ ବଡିଗେଟା ଜଙ୍ଗଲରୁ ଜବତ ହେଲା ମାଓ ଡମ୍ପ । ବିଏସଏଫ ଓ ଡିଭିଏଫ ବାହିନୀର ଜବାନ ମାନେ କାଲିମେଳା ଥାନା ଏଲକାନୁର ଓ ଦୟାଲଟୁଙ୍ଗି ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି ।

ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ୍ ବୋମା, ୩୬ଟି ହେଣ୍ଡ ଗ୍ରେନେଡ, ୨୪ଟି ଜେଲାଟିନ୍ ଷ୍ଟିକ, ୪୦ ମିଟର କୋଡେକ୍ସ ତାର, ୨୨ଟି ଇଲେକ୍ଟ୍ରୋନିକ୍ ଡେଟୋନେଟର, ଗୋଟିଏ ଭର୍ମର, ୨ଟି ରିମୋଟ, ଗୋଟିଏ ଇଲେକ୍ଟ୍ରିକ୍ ମୋଟର, ୩ଟି ଏଲପିଜି ସିଲିଣ୍ଡର ଓ ୧୫ ଟି ଲୁହା ପ୍ଲେଟ । ଏତେ ସବୁ ମାଓ ସାମଗ୍ରୀ ଜବତ ହେବ ପରେ ପୋଲିସ ଅନୁମାନ କରୁଛି ଯେ ସିମାନ୍ତ ଛତିଶଗଡରେ ଜୋରଦାର ଅପରେସନ ଚାଲିଥିବା ବେଳେ ଜୀବନ ବଞ୍ଚାଇବା ଲାଗି ମାଓବାଦୀ ମାନେ ପୁଣିଥରେ ମାଲକାନଗିରି ଜିଲ୍ଲା ଭିତରେ ପ୍ରବେଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ