ଜି-୨୦: ଭବିଷ୍ୟତର ଶିକ୍ଷା, ଦକ୍ଷତା ଉପରେ ଆଲୋଚନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଚାଲିଛି ଜି-୨୦ ସମ୍ମିଳନୀ । ଆଜି ଅନୁଷ୍ଠିତ ହୋଇଛିଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ୩ୟ ବୈଠକ । ଏହାର ଆୟୋଜନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏଥିରେ ସାମିଲ ହୋଛନ୍ତି ୬୦ରୁ ଅଧ୍ଚଳ ଆନ୍ତର୍ଜାତିକ ପ୍ରତିନିଧି । ଏନେଇ ଆଇଏମଏମଟିରେ ସ୍ୱତନ୍ତ୍ର ସମ୍ମିଳନୀ ଅନୁଷ୍ଟିତ ହୋଇଛି । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ’ ରହିଛି ଆଜିର ଆଲୋଚନା ଚକ୍ର ।

ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନରୁ ମିଳିଥିବା ଇନପୁଟ ଆଧାରରେ ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କର ଘୋଷଣା ନାମାର ଜିରୋ ଡ୍ରାଫ୍ଟ ଉପରେ ବିଚାରବିମର୍ଶ କରିବା ଲାଗି ଏହି ମଞ୍ଚ ସହାୟକ ହେବ । ଆଜିର ଏହି ଆଲୋଚନାରେ ବକ୍ତା ଭାବେ ବ୍ରାଜିଲ, ସ୍ପେନ, ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଋଷ, ଦକ୍ଷିଣ ଆଫି୍ରକା, ମରିସସ୍, ଚୀନ, ବ୍ରିଟେନ, ୟୁନିସେଫ ଏବଂ ଓଇସିଡି ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ଶି୩ା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର କହିଛନ୍ତି, ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶ ସାମିଲ ହେବ । ଏବେ ଏହା ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ ଥିବା ବେଳେ ଆଗକୁ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଯାଏଁ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’