Masthead

ଇତିହାସ ରଚିଲେ କ୍ୟାମ୍ଫର

(ବଡ଼ ଖବର ବ୍ୟୁରୋ):  ଟି -୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି ଆୟର୍ଲ୍ୟାଣ୍ଡ ପେସ ବୋଲର କର୍ଟିସ କ୍ୟାମ୍ଫର । ସୋମବାର ନେଦରଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ସେ ଚାରି ବଲରେ ୪ ୱିକେଟ୍ ନେଇ ଇତିହାସ ରଚିଛନ୍ତି । ତେବେ କର୍ଟିସ ଇନିଂସର ୧୦ମ ଓଭରରେ ଏହି କମାଲ କରିଛନ୍ତି । ସେ ଦ୍ୱିତୀୟରୁ ପଞ୍ଚମ ବଲରେ କଲିନ ଆକରମ୍ୟାନ, ରିୟାନ ଟେନ ଡୋଇଶେ, ସ୍କଟ ଏଡୱାର୍ଡ୍ସଙ୍କୁ ଆଉଟ କରିଛନ୍ତି ।

ଏହା ସହ ଅର୍ନ୍ତଜାତୀୟ ଟି-୨୦ କ୍ରିକଟରେ ଲଗାତାର ୪ଟି ୱିକେଟ ନେବାରେ ସେ ଦୁନିଆର ତୃତୀୟ ବୋଲର ଭାବେ ଏବେ ପରିଚିତ ହୋଇଛନ୍ତି । ତେବେ କର୍ଟିସ କ୍ୟାମ୍ପରଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗରେ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ । ୨୨ ବର୍ଷୀୟ ଏହି ବୋଲର ଆୟର୍ଲ୍ୟାଣ୍ଡ ପକ୍ଷରୁ ଖେଳିବା ପାଇଁ ନିଷ୍ପତି ନେଇଥିଲେ । କ୍ୟାରିୟରର ପଞ୍ଚମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳୁଥିବା କ୍ୟାମ୍ଫର ଏହା ପୂର୍ବ ରୁ ପ୍ରଥମ ତିନୋଟି ମ୍ୟାଚରେ ଗୋଟିଏ ବି ୱିକେଟ ନେଇନଥିଲେ ।

ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୪୦ ରନ କରିଛନ୍ତି । ଦେଖିବାକୁ ଗଲେ ଆଜି ମ୍ୟାଚରେ କର୍ଟିସ ୪ ଓଭରରେ ୨୬ ରନ ଦେଇ ୪ଟି ୱିକେଟ ନେଇଛନ୍ତି । ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ସେ ଆୟର୍ଲ୍ୟାଣ୍ଡ ନେଦରଲ୍ୟାଣ୍ଡକୁ ୧୦୬ ରନରେ ଅଲାଆଉଟ୍ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ