Masthead

କ୍ୟାପିଟାଲ ହସ୍ପିଟାଲରେ ଆଜି କରୋନା ଟିକାର ଡ୍ରାଏ ରନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାର ଡ୍ରାଏ ରନ । ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଡ଼୍ରାଏ ରନ କରାଯିବ । ଏହାପୂର୍ବରୁ ଦେଶର ୪ଟି ରାଜ୍ୟରେ ଏହି କରୋନା ଟିକାର ଡ୍ରାଏ ରନ ସରିଛି । ଆଜି ଓଡ଼ିଶା ସମେତ ସାରା ଦେଶରେ ଏହାର ଡ୍ରାଏ ରନ ଆରମ୍ଭ ହେବ । ଓଡ଼ିଶାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହାର ଡ୍ରାଏ ରନ ଆରମ୍ଭ ହେବ ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନକ୍ସା ପ୍ରସ୍ତୁତ ସରିଛି । କୋଟି କୋଟି ଲୋକ ଟିକା ପାଇଁ ଅପେକ୍ଷା କରିଛନ୍ତି । ତେଣୁ ସମସ୍ତଙ୍କୁ କିପରି ସୁରୁଖୁରୁରେ ଟିକା ମିଳିପାରିବ ସେ ନେଇ ଏକ ମକ୍ ଡ଼୍ରିଲ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାକୁ କିପରି ଟିକା ମିଳିବ , କିପରି ସମସ୍ତଙ୍କ ପାଖରେ ଟିକା ପହଞ୍ଚି ପାରିବ ସେ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହେବେ । ଡ୍ରାଏ ରନ ପାଇଁ ବ୍ୟବହାର ହେବ କୋ-ଉଇନ ୱେବ ପୋର୍ଟାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ