ଡହଳ ବିକଳ ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଇତିହାସର ସବୁଠାରୁ ବଡ଼ ସଙ୍କଟ ଭାବରେ ବିଚାର କରାଯାଉଛି । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରଠାରୁ ଏଭଳି ସଙ୍କଟ ଦେଇ କେବେ ଗତି କରିନଥିଲା ପାକିସ୍ତାନ । ଚୀନ କିମ୍ବା ସାଉଦିଆରବ ଏହାକୁ ଉଦ୍ଧାର ନକଲେ ସ୍ଥିତିି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା ରହିଛି । ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ମୁଦ୍ରା ଅତ୍ୟନ୍ତ ଦୁର୍ବଳ ହୋଇ ୨୫୦ ଟଙ୍କା ସ୍ତରକୁ ହ୍ରାସ ପାଇଛି । ଫଳରେ ଏହାର ଗଚ୍ଛିତ ଥିବା ବିଦେଶୀ ମୁଦ୍ରା ମୂଲ୍ୟରେ ୧୨ ପ୍ରତିଶତ ହ୍ରାସ ହୋଇଛି । ନିକଟରେ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲ ଦାମ୍ରେ ୩୫ ଟଙ୍କାର ବୃଦ୍ଧି ଘୋଷଣା କରିଥିଲେ ।

ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ( ଆଇଏମଏଫ )ମଧ୍ୟ ଦେଉନାହିଁ । ବିଳମ୍ବ ହେଲେ ମଧ୍ୟ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲ ଦାମ୍ ବଢାଇଥିବା ବେଳେ ତାହାର ଡଲାର ମୂଲ୍ୟକୁ ବଜାର ଉପରେ ଛାଡି ଦେଇଛି । ଏହା ସତ୍ତ୍ୱେ ଆଇଏମ୍ଏଫ ପାଣ୍ଠି ଦେଉନାହିଁ । ଆଇଏମ୍ଏଫ୍ ଯଦି ୧୨୦ କୋଟି ଡଲାର ହେବେ ତେବେ ସାଉଦିଆରବ ଚୀନ ଓ ୟୁଏଇ ମଧ୍ୟ ପାକିସ୍ତାନକୁ ପାଣ୍ଠି ଦେବେ । ଯାହା ଅପେକ୍ଷାରେ ସମଗ୍ର ଦେଶ । ୨୦୨୦ରେ ଆଇଏମ୍ଏଫ ପାକିସ୍ତାନର ପୁରୁଦ୍ଧାର ପ୍ୟାକେଜ୍କୁ ରଦ୍ଦ କରିଥିଲା । ପରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଅନେକ ସ୍ତର୍ତ୍ତ ପାଳନ କରିପାରୁନାହିଁ ।

୨୦୨୨ରେ ଆସିଥିବା ଭୟଙ୍କର ବନ୍ୟା ଏବଂ ରାଜନୈତିକ କୁପରିଚାଳନା ଯୋଗୁ ସେଠାକାର ଅର୍ଥନୀତି ଘୋର ସଙ୍କଟରେ ପଡିଛି । ଆଇଏମ୍ଏଫକୁ ମନାଇବା ଲାଗି ପାକିସ୍ତାନ ସରକାର ଜିଡିପି ଆକଳନକୁ ୫ ପ୍ରତିଶତ ୧.୫%କୁ ହ୍ରାସ କରିଛନ୍ତି । ସେହିପରି ମୁଦ୍ରାସ୍ଫୀତ ହାରକୁ ୧୨.୫ ପ୍ରତିଶତରୁ ବଢାଇ ୨୯ ପ୍ରତିଶତ କରିଛନ୍ତି । ସେପଟେ ପାକିସ୍ତାନରେ ଅଟା, ବିଦୁ୍ୟତ ଆଦି ସମସ୍ୟା ଜାରି ରହିଛି । ସଙ୍କଟ ଉପରେ ନିୟନ୍ତ୍ରଣ ଲାଗି ସରକାର ବହୁ କଠୋର ଖର୍ଚ୍ଚ ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ବଜାର ଓ ବିବାହ ମଣ୍ଠପକୁ ଆଗୁଆ ବନ୍ଦ କରିବା ସହ ସରକାରୀ କର୍ମଚାରୀଙ୍କୁୁ ଘରେ କାମ କରିବା ଲାଗି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ