Masthead

ପଇଡ଼ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

ଲମତାପୁଟ (ବଡ଼ ଖବର ବ୍ୟୁରୋ): ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ଲମତାପୁଟ ପୋଲିସ । କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ,ଲମତାପୁଟ ଏବଂ ଜଲାପୁଟର ୪ଜଣିଆ ପୋଲିସ ଟିମ୍ ଗଠନ କରି କଞ୍ଚଣା ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ । ସଗର ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ୍ ।

ଟ୍ରକ ଡାଲାରେ ପଇଡ ବୋଝେଇ ହୋଇଥିବା ଦେଖି ପୋଲିସ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା । କିନ୍ତୁ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକ କୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ । ପଇଡକୁ ବାହାର କରିବାରୁ ଏଥିରୁ ବିପୁଳ ପରିମାଣ ଗଂଜେଇ ଜବତ କରିଥିଲା । ଗାଡ଼ିରେ ଥିବା ଦୁଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ୍ ।

କ ଡାଲାରୁ ୨୮ଟି ବସ୍ତାରେ ପ୍ରାୟ ୭ କୁଇଁଣ୍ଟାଲ ଗଂଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଗିରଫ ଯୁବକମାନେ ହେଲେ ଗାଡିମାଲିକ ଗଜେନ୍ଦ୍ର ତିୱାରୀ ଏବଂ ହେଲ୍ପର ଶିବ ଶଙ୍କର ଚୌଧୁରୀ । ଏମାନଙ୍କ ଘର ବିହାର ଅଞ୍ଚଳର ବୋଲି ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା