Masthead

ପ୍ରାଞ୍ଜଳ ହିନ୍ଦୀ କହିଲେ ବିଦେଶୀ ଅତିଥି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀଠାରେ ଆରମ୍ଭ ହୋଇଛି ଦୁଇଦିନିଆ ଜି୨୦ ଶିଖର ସମ୍ମିଳନୀ ।ଯାହା ମାଧ୍ୟମରେ ଭାରତର କଳା,ସଂସ୍କୃତି,ଐତିହକୁ ବିଶ୍ୱ ଦରବାରରେ ପହଞ୍ଚାଇବା ରହିଛି ଲକ୍ଷ୍ୟ । ଯେଉଁଠାରେ ଦେଖିବାକୁ ମିଳିିଛି ଏକ ଅଭୁତ ଦୃଶ୍ୟ ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଜଣେ ବିଦେଶୀ ଅତିଥି ପ୍ରାଞ୍ଜଳ ହିନ୍ଦୀ ଭାଷାରେ ରଖିଥିଲେ ନିଜର ଉତ୍ତର । ଯେଉଁଠି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମାର୍ଗରେଟ ମ୍ୟାକଲିୟୋଡ଼ ହିନ୍ଦୀ ଭାଷାରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି ।

ଯାହାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଦେଶିନୀ ହୋଇ ଭାରତୀୟ ଭାଷାକୁ ଶିଖି ଏପରି ଉତ୍ତର ଦେବା ପ୍ରତିଟି ଭାରତୀୟଙ୍କୁ ଆନନ୍ଦିତ କରିଛି ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ । ମାର୍ଗରେଟ ବିକଶିତ ଅର୍ଥ୍ୟବ୍ୟବସ୍ଥାକୁ ନେଇ ସମ୍ମିଳନୀରେ ମତ ରଖିବେ ବୋଲି ହିନ୍ଦୀ ଭାଷାରେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ