Masthead

‘’କ’ଣ ଗୋଟେ ଦେଇ ନେଇ କଥାଟାକୁ ଚାପି ହେବନି’’ଏମିତି କହିଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ବ୍ଲକ ଭୀମପୁରରେ । ସେଠାରେ ଥିବା ସତ୍ୟନାରାୟଣ ବିଦ୍ୟାପୀଠରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରଧାନଶିକ୍ଷକ ନାରାୟଣ ନାୟକଙ୍କ ନାମରେ ଆଣିଲେ ଏକ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଏହା ଯେ ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ପିଲାଙ୍କ ବାର୍ଷିକ ପରୀକ୍ଷା ନହୋଇ ପ୍ରିବୋର୍ଡ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯିବ ।

କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ନିକଟରେ ଥିବା ଏକ କୋଚିଂ ସେଣ୍ଟର ଭିତରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେହିଠାରେ ପରୀକ୍ଷା କରେଇଦେଲେ । ଅଭିଯୋଗ ଉକ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଲେ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବଡ଼ ଖବର ଯେତେବେଳେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲା ସେ ନିଜ ଚେୟାରରୁ ଉଠି ଆସି ହାତ ଗୋଡ଼ ଧରି କିଛି ଗୋଟେ ଦିଆ ନିଆ କରି ନ୍ୟୁଜକୁ ପ୍ରସାରଣ ନକରିବାକୁ କହିଲେ ।

ଯାହାକି ତାଙ୍କ ଅଜାଣତରେ କ୍ୟାମେରାରେ ସେ ସବୁ କ୍ୟାପଚର ହୋଇଯାଇଥିଲା । ସାମ୍ବାଦିକଙ୍କୁ କିଛି ଟଙ୍କାର ଲାଞ୍ଚ ଦେଖାଇ ମୁହଁ ଚୁପ କରିବାକୁ ବସିଥିବା ପ୍ରଧାନଶିକ୍ଷକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ  ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ