Masthead

‘’କ’ଣ ଗୋଟେ ଦେଇ ନେଇ କଥାଟାକୁ ଚାପି ହେବନି’’ଏମିତି କହିଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ବ୍ଲକ ଭୀମପୁରରେ । ସେଠାରେ ଥିବା ସତ୍ୟନାରାୟଣ ବିଦ୍ୟାପୀଠରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରଧାନଶିକ୍ଷକ ନାରାୟଣ ନାୟକଙ୍କ ନାମରେ ଆଣିଲେ ଏକ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଏହା ଯେ ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ପିଲାଙ୍କ ବାର୍ଷିକ ପରୀକ୍ଷା ନହୋଇ ପ୍ରିବୋର୍ଡ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯିବ ।

କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ନିକଟରେ ଥିବା ଏକ କୋଚିଂ ସେଣ୍ଟର ଭିତରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେହିଠାରେ ପରୀକ୍ଷା କରେଇଦେଲେ । ଅଭିଯୋଗ ଉକ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଲେ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବଡ଼ ଖବର ଯେତେବେଳେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲା ସେ ନିଜ ଚେୟାରରୁ ଉଠି ଆସି ହାତ ଗୋଡ଼ ଧରି କିଛି ଗୋଟେ ଦିଆ ନିଆ କରି ନ୍ୟୁଜକୁ ପ୍ରସାରଣ ନକରିବାକୁ କହିଲେ ।

ଯାହାକି ତାଙ୍କ ଅଜାଣତରେ କ୍ୟାମେରାରେ ସେ ସବୁ କ୍ୟାପଚର ହୋଇଯାଇଥିଲା । ସାମ୍ବାଦିକଙ୍କୁ କିଛି ଟଙ୍କାର ଲାଞ୍ଚ ଦେଖାଇ ମୁହଁ ଚୁପ କରିବାକୁ ବସିଥିବା ପ୍ରଧାନଶିକ୍ଷକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ  ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା