Masthead

ପୁରୁଷ ଦିବସ ପାଳନ ନେଇ ସଂସଦରେ ଦାବି କଲେ ଓଡ଼ିଆ ବୋହୂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । କରୋନା କଟକଣା ମଧ୍ୟରେ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ତେବେ ସକାଳ ୯ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଅପରାହ୍ନ ୪ରୁ ରାତି ୧୦ ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସେପଟେ ସାଂସଦମାନଙ୍କୁ ଟିକାକରଣ ନିମନ୍ତେ ସଂସଦ ପରିସରରେ ଏକ ଟିକାଦାନ କେନ୍ଦ୍ର ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ ଉପସ୍ଥାପନା କରିଥିଲେ ।ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଉପରାଷ୍ଟ୍ରପତି ତଥା ଗୃହର ଚେୟାରମ୍ୟାନ୍ ଭେଙ୍କେୟା ନାଇଡୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଉ ବିଭିନ୍ନ ଦଳର ମହିଳା ସାଂସଦ ସଂସଦରେ ମହିଳାଙ୍କ ସଂରକ୍ଷଣ ବାବଦରେ ମଧ୍ୟ କହିଥିଲେ।

ଓଡ଼ିଆ ବୋହୂ ତଥା ପ୍ରଖ୍ୟାତ ଓଡ଼ିଶୀ ଡ୍ୟାନସର ସୋନାଲ ମାନସିଂହ ସଂସଦରେ ନିଜର ମତ ରଖି କହିଛନ୍ତି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତେ ମହିଳାଙ୍କ ସୁରକ୍ଷା ଓ ସଂରକ୍ଷଣ ବାବଦରେ କହୁଥିବା ବେଳେ ସୋନାଲ କିନ୍ତୁ କହିଥିଲେ ଅନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ପାଳନ ହେବା ଦରକାର।ସାଂସଦ ସୋନାଲ ମାନସିଂହ ହେଉଛନ୍ତି ପ୍ରଖ୍ୟାତ ଓଡ଼ିଶୀ ତଥା ଭାରତନାଟ୍ୟମର ଡ୍ୟାନସର। ୧୯୬୭ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ।

ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସଂସଦକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ପ୍ରଖ୍ୟାତ ଲେଖକ ସ୍ୱର୍ଗତ ମାୟାଧର ମାନସିଂହଙ୍କ ବୋହୂ ତଥା ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହଙ୍କ ପତ୍ନୀ ହେଉଛନ୍ତି ସୋନାଲ।ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ ଅନ୍ତର୍ଜାତୀୟ ମହିଳା ଦିବସ ହେଉଛି ସମଗ୍ର ବିଶ୍ୱରେ ମହିଳାଙ୍କ ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ତଥା ରାଜନୀତିକ ଅବଦାନ ତଥା ସଫଳତାକୁ ପାଳନ କରିବା ପାଇଁ ଏକ ଦିନ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି