Masthead

ଚିକିତ୍ସା ଅଭାବରୁ ଆଖି ବୁଜିଲା ନବଜାତକ

ଜଟଣୀ (ବଡ଼ ଖବର ବ୍ୟୁରୋ): ସରକାର ଜନ୍ମ ଠୁ ମୃତ୍ୟୁ ଯାଏ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏସବୁ ଯୋଜନା ଯେପରି ଅଭିଶାପ ପାଲଟିଛି ।

ଜଟଣୀ ବ୍ଲକ ବେଲପଡା ଗ୍ରାମର ସଙ୍ଗୀତା ପଟ୍ଟନାୟକଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଥିଲା । ସେମାନେ ଆଶାକର୍ମୀ ସୁଲୋଚନା ପଟ୍ଟନାୟକଙ୍କ ସହ ସଙ୍ଗୀତାଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦାୟିତ୍ୱରେ ଥିବା କର୍ମଚାରୀ ସଙ୍ଗୀତାଙ୍କ ପରିବାରକୁ କହିଥିଲେ ପେଟରେ ପିଲା ବଡ଼ ଥିବାରୁ ପ୍ରସବ କରିବା ଅସମ୍ଭବ । ଏହି ସମୟରେ ଜଣେ ଦଲାଲ ବେସରକାରୀ କ୍ଲିନିକରେ ସୁବିଧାରେ ପ୍ରସବ କରାଇଦେବ କହି କ୍ଲିନିକରେ ଭର୍ତ୍ତି କରେଇଥିଲେ । ରାତି ୯.୪୫ ସମୟରେ ଅପରେସନ ମାଧ୍ୟମରେ ସଙ୍ଗୀତା ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ ।

ମାତ୍ର ନବଜାତକର ଉପଯୁକ୍ତ ଚିକିତ୍ସା ଅଭାବରୁ ସବୁଦିନ ଆଖିବୁଜିଦେଇଥିବା ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ୧୦୨ ଓ ୧୦୮ ସୁବିଧା ଥିବାବେଳେ କାହିଁକି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ଖୋର୍ଦ୍ଧା ବଡ଼ ମେଡ଼ିକାଲ କିମ୍ବା କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ ନକରି ରୋଗୀଙ୍କୁ ହଇରାଣ କରୁଛନ୍ତି । ଦଲାଲଙ୍କ ସହାୟତାରେ ଟଙ୍କା ଲୁଟୁଛନ୍ତି। ଏ ବିଷୟରେ ମେଡ଼ିକାଲ ଅଫିସର ଡ଼ା. ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିଯିବ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ