ଚିକିତ୍ସା ଅଭାବରୁ ଆଖି ବୁଜିଲା ନବଜାତକ

ଜଟଣୀ (ବଡ଼ ଖବର ବ୍ୟୁରୋ): ସରକାର ଜନ୍ମ ଠୁ ମୃତ୍ୟୁ ଯାଏ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏସବୁ ଯୋଜନା ଯେପରି ଅଭିଶାପ ପାଲଟିଛି ।

ଜଟଣୀ ବ୍ଲକ ବେଲପଡା ଗ୍ରାମର ସଙ୍ଗୀତା ପଟ୍ଟନାୟକଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଥିଲା । ସେମାନେ ଆଶାକର୍ମୀ ସୁଲୋଚନା ପଟ୍ଟନାୟକଙ୍କ ସହ ସଙ୍ଗୀତାଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦାୟିତ୍ୱରେ ଥିବା କର୍ମଚାରୀ ସଙ୍ଗୀତାଙ୍କ ପରିବାରକୁ କହିଥିଲେ ପେଟରେ ପିଲା ବଡ଼ ଥିବାରୁ ପ୍ରସବ କରିବା ଅସମ୍ଭବ । ଏହି ସମୟରେ ଜଣେ ଦଲାଲ ବେସରକାରୀ କ୍ଲିନିକରେ ସୁବିଧାରେ ପ୍ରସବ କରାଇଦେବ କହି କ୍ଲିନିକରେ ଭର୍ତ୍ତି କରେଇଥିଲେ । ରାତି ୯.୪୫ ସମୟରେ ଅପରେସନ ମାଧ୍ୟମରେ ସଙ୍ଗୀତା ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ ।

ମାତ୍ର ନବଜାତକର ଉପଯୁକ୍ତ ଚିକିତ୍ସା ଅଭାବରୁ ସବୁଦିନ ଆଖିବୁଜିଦେଇଥିବା ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ୧୦୨ ଓ ୧୦୮ ସୁବିଧା ଥିବାବେଳେ କାହିଁକି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ଖୋର୍ଦ୍ଧା ବଡ଼ ମେଡ଼ିକାଲ କିମ୍ବା କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ ନକରି ରୋଗୀଙ୍କୁ ହଇରାଣ କରୁଛନ୍ତି । ଦଲାଲଙ୍କ ସହାୟତାରେ ଟଙ୍କା ଲୁଟୁଛନ୍ତି। ଏ ବିଷୟରେ ମେଡ଼ିକାଲ ଅଫିସର ଡ଼ା. ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିଯିବ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ