ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ଲାଗିଛି ‘ଆଇ ଲଭ ମନିଷ ସିସୋଦିଆ’ ବ୍ୟାନର । ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ କରିଛି ମାମଲା ଦାୟର । ଶନିବାର ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ସ୍ଥାନୀୟ ଲୋକେ ବ୍ୟାନର ଲଗା ଘଟଣାକୁ ବିରୋଧ କରିଥିଲେ । ଏହାକୁ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ଶାସ୍ତ୍ରୀ ପାର୍କ ପୋଲିସ ଷ୍ଟେସନରେ ପିଲ୍ଲୀ ପ୍ରିଭେସନ୍ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ସ୍ଥାନୀୟ ଲୋକେ କହିଛନ୍ତି ଆମ ଆଦମୀ ପାର୍ଟିର କେତେଜଣ କର୍ମୀ ଶାସ୍ତ୍ରୀ ନଗର ଅଞ୍ଚଳରେ ଥିବା ସରକାରୀ ସ୍କୁଲର ଗେଟରେ ‘ଆଇ ଲଭ ମନିଷ ସିସୋଡଇଆ’ ଲେଖାଥିବା ବ୍ୟାନର ଲଗାଉଥିବା ଦେଖାଯାଇଥିଲା । ସେମାନେ ସ୍କୁଲରୁ ଏକ ଡେସ୍କ ଆଣି ତା’ ଉପରେ ଚଢି ଏହି ବ୍ୟାନର ଲଗାଇଥିଲେ । ଏତିକିବେଳେ କେତେଜଣ ସ୍ଥାୟୀୟ ଲୋକେ ବାରଣ କରିଥିଲେ କହିଥିଲେ ଏହା ଶିକ୍ଷାର ମନ୍ଦିର ଏହାକୁ ରାଜନୀତିଠାରୁ ଦୂରେଇ ରଖନ୍ତୁ ।