ବାରିପଦା (ବଡ଼ ଖବର ବ୍ୟୁରୋ): ଅଭିନବ ଉପାୟରେ ତେଲ ଟ୍ୟାଙ୍କର ଭିତରେ ଚାଲିଥିଲା ବେଆଇନ ଗୋ-ଚାଲାଣ । ବାଙ୍ଗିରିପୋଷିରେ ଗାଡ଼ି ଜବତ, ଡ୍ରାଇଭର ଓ ହେଲପର ଅଟକ । ତେଲ ପରିବହନ ବାହାନାରେ ଏକ ବଡ଼ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।
ଲୋକମାନେ ଗାଡ଼ିକୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରେଲୱେ ଗୋଳା ପୋଲ ନିକଟରେ ଗୋଡ଼ାଇ କାବୁ କରିଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସହ ତେଲ ଟ୍ୟାଙ୍କର ଟିକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭର ଏବଂ ହେଲପରଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି । କଣ୍ଟେନର ଭିତରେ ଥିବା ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାଙ୍ଗିରିପୋଷି ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
