Masthead

ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ପାର୍ବଣ ପୂର୍ବରୁ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟୁନା ନାୟକ ନାମକ ଜଣେ  ଅପରାଧୀଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ନିମଖଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଟୁନା ନାୟକଙ୍କ ସହ କିଛି ବ୍ୟକ୍ତିଙ୍କର ପୂର୍ବରୁ ଶତ୍ରୁତା ରହିଥିଲା । ସେହି ପୁରୁଣା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଟୁନାଙ୍କ ଗଳାରେ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ବେଳେ ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ନିମଖଣ୍ଡି ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ସହ ସମ୍ପୃକ୍ତି ସନ୍ଦେହରେ ପୁଲିସ ବିଟୁ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଥିବା କହିଛି । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରାଘବ ସାହୁ (୩୨) । ପୋଲିସ ଦୁଇଟି ଛୁରୀ ଓ ସ୍କୁଟି ଜବତ କରି ଘଟଣାର ଛାନ୍‌ଭିନ୍‌ କରୁଛି । ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଘଟଣାସ୍ଥଳରୁ ଜୈବ ନମୁନା ସଂଗ୍ରହ କରାଯାଇଛି ।   ଅନ୍ୟପକ୍ଷରେ ଟୁନା ନାୟକ ଜଣେ ପେଶାଦାର ଅପରାଧୀ ଥିବା ବେଳେ ଗାଁରେ ଭାଇଗିରି କରୁଥିବା ପୋଲିସ କହିଛି । ଟୁନା ଓ ତାଙ୍କ ସହଯୋଗୀମାନେ ଉକ୍ତ ଫାଷ୍ଟଫୁଡ୍‌ ଦୋକାନରୁ ମାଗଣାରେ ଖାଇବା ସହ ଦୋକାନ ମାଲିକ ରାଘବଙ୍କୁ ଦାଦାବଟି ମାଗିଆସୁଥିଲେ । ଏହାକୁ ନେଇ ରାଘବ ପ୍ରତିଶୋଧପରାୟଣ ହୋଇ ଟୁନାଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବା ପୋଲିସ କହିଛି ।

ଶନିବାର ସନ୍ଧ୍ୟାରେ ରାଘବଙ୍କ ଦୋକାନ ବନ୍ଦ ଥିବା ବେଳେ ଟୁନା ଓ ଅନ୍ୟ କିଛି ଯୁବକ ମଦ୍ୟପାନ କରିବା ପାଇଁ ଗାଁ ମୁଣ୍ଡରେ ଥିବା ଏକ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଟୁନା ମାତ୍ରାଧିକ ନିଶାସକ୍ତ ଥିବା ବେଳେ ଏହାର ସୁଯୋଗ ନେଇ ରାଘବ ନିଜ ସ୍କୁଟିରେ ରଖିଥିବା ଛୁରୀ ବାହାର କରି ତାଙ୍କ ବେକ କାଟି ଦେଇଥିବା ପୋଲିସ କହିଛି । ପ୍ରଚୁର ରକ୍ତସ୍ରାବ ଯୋଗୁ ଟୁନାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ମୃ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା