‘ହାଲ୍’ରେ ସିବିଆଇର ଚଢାଉ, ଦୁଇ ଅଟକ

କୋରାପୁଟ(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌)ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)ର ଚଢ଼ାଉ । ଚଢାଉ କରି ଦୁଇ ଜଣ କର୍ମଚାରୀଙ୍କୁ ସିବିଆଇ ଅଟକ ରଖିଥିବା ଜଣାପଡ଼ିଛି । ଅଟକ ଥିବା  କର୍ମଚାରୀମାନେ ହେଲେ ଦେବାଶିଷ କୁମାର ନାୟକ ଓ ସତ୍ୟଜିତ ଖାଡେଙ୍ଗା। ସୂଚନା ମୁତାବକ ମହାରାଷ୍ଟ୍ରର ନାସିକରୁ ଆସିଥିବା ତଦନ୍ତକାରୀ ଟିମ ଚଢ଼ଉ ଜାରି ରହିଛି।

ସିବିଆଇ ହାତରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ‘ହାଲ’ର ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି। ଦେବାଶିଷର ଲାପଟୋପ ଓ ହାର୍ଡ ଡିସ୍କ ଜବତ କରିଛି ତଦନ୍ତକାରୀ ଟିମ। ‘ହାଲ’ରେ ଅଚାନକ ସିବିଆଇ ଚଢ଼ଉକୁ ନେଇ ସ୍ଥାନିୟରେ ଚର୍ଚ୍ଚା ଜର ଧରିଥିବା ବେଳେ ହନିଟ୍ରାପରେ ଫସି ଉଭୟ କର୍ମଚାରୀ ଡାଟା ଲିକ୍ କରିଥିବା ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ