Masthead

କେଉଁ ଟିମକୁ ଚିୟର ଅପ କରିବେ ସାରା?

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ହେଉଛି । ତାର କାରଣ ହେଲା ଗତଥର ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ଟିମକୁ ଚାମ୍ପିଅନ ବି କରାଇଥିଲେ । କିନ୍ତୁ ଏ ସିଜିନରେ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ଜାଗାରେ ସେ ଅଧିନାୟକ ଭାବେ ନେଇଛନ୍ତି ।

ଆଉ ଆଜି ତାଙ୍କର ପୁରୁଣା ଟିମ ଗୁଜୁରାଟ ସହିତ ଲଢେଇ ହେବ । ଯାହା ଚର୍ଚ୍ଚାରେ ଅଛି । ଅନ୍ୟପକ୍ଷରେ ଚର୍ଚ୍ଚା ଏହାକୁ ନେଇ ହେଉଛି କାହିଁକା ନା ଗୁଜୁରାଟ ଟାଇଟନ୍ସର ନୂଆ କ୍ୟାପଟେନ ହେଉଛନ୍ତି ଶୁଭମନ ଗିଲ । ସେ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ସମର୍ଥକ ଭାବେ ସଚିନ ତେନ୍ଦୁଲକର ପ୍ରଥମରୁ ରହି ଆସିଛନ୍ତି । ସେ ପ୍ରଥମେ ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଥିଲେ । ପରବର୍ତ୍ତୀ ସମୟରେ ମେଣ୍ଟର ଭୂମିକାରେ ଦେଖିବାକୁ ମିଳେ ।

ସେହିକ୍ରମରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସେ ସବୁବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ଚିୟର ଅପ କରନ୍ତି । ଏକଥା ବି ସମସ୍ତେ ଜାଣିଛନ୍ତି ଶୁଭମନ ଗିଲଙ୍କ ସହ ତାଙ୍କ ସର୍ମ୍ପକକୁ ନେଇ । ଶୁଭମନ ଗିଲ ଯେତେବେଳେ ଖେଳନ୍ତି ସେ ଚିୟର ଅପ କରିବାକୁ ପହଞ୍ଚି ଯାଆନ୍ତି । ଆଜି ସେ ମୁମ୍ବାଇକୁ ଚିୟର ଅପ କରିବେ ନା ଗୁଜୁରାଟକୁ । କାହିଁକି ନା ଗୋଟେ ପଟେ ତାଙ୍କ ଫେଭରାଇଟ ଟିମ ଅନ୍ୟପକ୍ଷରେ ତାଙ୍କ ଫେଭରାଇଟ ମଣିଷ ଶୁଭମନ ଗିଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ