Masthead

ପଲସରରେ ଆସିଲେ ଚିଲ ଭଲି ଝାମ୍ପିନେଲେ

ସୋର(ବଡ଼ ଖବର ବ୍ୟୁରୋ): ସୋରରେ ପଲସର ଆତଙ୍କ । ପବନ ଭଳି ଅସୁଛନ୍ତି ଅଖିପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ କିଛିଦିନ ହେବ ଏହି ଗ୍ୟାଙ୍ଗ ସକ୍ରିୟ ହୋଇପଡିଛି । ଏହି ଗ୍ୟାଙ୍ଗର ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି ସୋରବାସୀ । ଆଜି ମଧ୍ୟ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ଏମାନେ । ୧୬ନଂ ଜାତୀୟ ରାଜପଥ ସୋର ନିକଟ ପାଇକାଳିରେ ହୋଇଛି ଏହି ଲୁଟ । ଲୁଟର ଶିକାର ହୋଇଥିବା ମହିଳା ଜଣକଙ୍କ ନାଁ ମାନସୀ ପଲାଇ । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । ଏହି ସମୟରେ ଏକ ସବୁଜ ରଙ୍ଗର ପଲସରରେ ଲୁଟାରେ ମାନେ ମାନସୀଙ୍କ ପିଛା କରିଥିଲେ । ସୁଯୋଗ ଉଣ୍ଡି ଦୁର୍ବୃତ୍ତମାନେ ମାନସୀଙ୍କ ବେକରୁ ସୁନାଚେନ ଝାମ୍ପି ଚମ୍ପଟ ମାରିଥିଲେ । ଏନେଇ ମାନସୀଙ୍କ ସ୍ୱାମୀ ପୀତାମ୍ବର ଥାନାରେ ଅବିଯୋଗ କରିଛନ୍ତି । କିଛିଦିନ ହେବ ସୋର ଅଞ୍ଚଳରେ ଏହି ଗ୍ୟାଙ୍ଗ ନିଜର ପତିଆରା ଜାହିରୀ କରିବାରେ ଲାଗିଛନ୍ତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଲୁଟ, ଛିନତାଇ ଚଳାଇଛନ୍ତି । ଏହି ଗ୍ୟାଙ୍ଗ ଭୟରେ ଏବେ ପଦାକୁ ବାହାରିବାକୁ ଡରୁଛନ୍ତି ସୋରବାସୀ । ତୁରନ୍ତ ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ ପୋଲିସ କାବୁ କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ