Before Header

ହାପି ବାର୍ଥଡେ ସଚିନ

0 15

(ବଡ଼ ଖବର ବ୍ୟୁରୋ): କ୍ରିକେଟ ପ୍ରେମୀଙ୍କ ପାଇଁ ଭଗବାନ ସଚୀନ ତେନ୍ଦୁଲକର । ଆଜି ତାଙ୍କ ଜନ୍ମଦିନ । ଏକଦା ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମନରେ ରାଜ କରୁଥିବା ତେନ୍ଦୁଲକର ଆଜି ୪୮ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣ।।ଇଥିବା ସମସ୍ତ ଫ୍ୟାନଙ୍କୁ ସେ ଧନ୍ୟବାଦ ଜଣାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି କରୋନା ଆକ୍ରାନ୍ତଙ୍କ ପାଇଁ ବ୍ଲଡ଼ ଓ ପ୍ଲାଜ୍ମା ଆଦି ଦାନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

୨୪ ଏପ୍ରିଲ ମାନେ ଆଜି ବାର୍ଥଡେ । କ୍ରିକେଟର ଭଗବାନ ସଚିନ ରମେଶ ତେନ୍ଦୁଲକରଙ୍କ ବାର୍ଥଡେ । ସଚିନ ଏମିତି ଗୋଟିଏ ନାଁ କ୍ରିକେଟକୁ ଟିକେ ବି ଭଲପାଉଥିବା ପ୍ରତିଟି କ୍ରିକେଟ ପ୍ରେମୀଙ୍କ ପାଇଁ ଇମୋସନ୍ର ନାଁ । ବାଇସଗଜ୍ରେ ନିଜ ଖେଳ ଜୀବନରୁ ରିଟାୟାରମେଣ୍ଟର ୮ବର୍ଷ ହୋଇଗଲାଣି । କିନ୍ତୁ ଏବେ ବି କ୍ରିକେଟମାନେ ସଚିନଙ୍କ ନାଁ ହିଁ ମନକୁ ଆସେ । ୫ଫୁଟ ୫ଇଞ୍ଚର ଗେଡ଼ା ପିଲାଟେ, ୧୯୮୯ରେ ମାତ୍ର ୧୬ ବର୍ଷରେ ଜାତୀୟ ଦଳର ଜର୍ସିପିନ୍ଧି ପଡ଼ିଆକୁ ଓହ୍ଲାଏ । ଆଉ ସେବେଠୁ କେବେ ପଛକୁ ଅନାଏନି । ୨୪ବର୍ଷର ଲମ୍ବା କ୍ୟାରିଅର୍ । ରେକର୍ଡ଼ ପ୍ରତିଦିନ ଯାହା ପଛରେ ଗୋଡ଼ାଏ ସେ ଆଉ କେହି ନୁହନ୍ତି, କେବଳ ଆଉ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନଙ୍କ ପୂର୍ବରୁ କିଏ ନା ସଚିନଙ୍କ ପରେ କିଏ । ସଚିନଙ୍କ ଯୁଗ ହିଁ କ୍ରିକେଟର ସୁବର୍ଣ୍ଣ ଯୁଗ । ସେ ବ୍ୟାଟ୍ ଧରି ପଡ଼ିଆକୁ ଆସିଲେ ତାଙ୍କ ସହ ୧୦୦କୋଟି ଭାରତୀୟ ବି ପଡ଼ିଆକୁ ଆସନ୍ତି । ଆଉ ଗ୍ୟାଲେରୀରୁ କେବଳ ଗୋଟିଏ ହିଁ ସ୍ୱର ଶୁଭେ ସଚୀନ ସଚୀନ ।

ମନେ ପକାନ୍ତୁ ସେଦିନକୁ । କ୍ରିକେଟ ମ୍ୟାଚର ସିଧାପ୍ରସାରଣ ଆପଣ ଟିଭି କିମ୍ବା ରେଡ଼ିଓରେ ଶୁଣୁଥିଲେ । ଆଉ ଯଦି କିଛି ସମୟ ମିସ୍ କରି ଦେଇଥିବେ ତେବେ ଗୋଟିଏ କଥା ପଚାରନ୍ତି । ସଚିନ ଅଛନ୍ତି ନାଁ ଆଉଟ୍ ହୋଇଗଲେଣି । କାହିଁକି ନା ସଚୀନ ପଡ଼ିଆରେ ଥିବା ହିଁ ଟିମ୍ ଇଣ୍ଡିଆର ଜିତିବା ଓ ହାରିବା ଉପରେ ନିର୍ଭାର କରେ । କ୍ରିକେଟ ପାଇଁ ସଚିନ ଲୋକପ୍ରିୟ ନା ସଚିନଙ୍କ ପାଇଁ କ୍ରିକେଟ । ବୋଧ ହୁଏ ଖୁବ୍ କମ ଖେଳାଳୀ ଏପରି ଥିବେ ଯିଏ ନିଜକୁ ଖେଳ ଠୁ ବି ଅଧିକ ଲୋକପ୍ରିୟତାରେ ପହଞ୍ଚାଇଥିବେ । ସଚିନଙ୍କ ସହ କେତେ ସ୍ମୃତି ଓ ଆବେଗ ଜଡ଼ିତ କ୍ରିକେଟ ପ୍ରେମୀଙ୍କର ।

ଆଜି କ୍ରିକେଟର ଭଗବାନଙ୍କ ହାପି ବାର୍ଥଡେ । ସେ ଏବେ କରୋନା ସହ ଲଢ଼ୁଛନ୍ତି । ସେ ତ ତାଙ୍କ ଜୀବନରେ ସବୁବେଳେ ଫାଇଟର । ଆଉ ଏହି କରୋନା ଯୁଦ୍ଧରେ ବି ଲଢ଼ି ନିଶ୍ଚୟ ଜିତିବେ । ଆଜି ସଚିନ ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୮୭୩ ମସିହା ୨୪ ଏପ୍ରିଲରେ ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୮୭ରେ ମାତ୍ର ୧୪ବର୍ଷ ବୟସରେ ବମ୍ବେ ରଣଜୀ ଟିମ୍ ପାଇଁ ସେ ମନୋନୀତ ହୋଇଥିଲେ । ଆଉ ସେବେଠାରୁ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚଢ଼ି ଚାଲିଲେ । ଆଜି ସଚିନଙ୍କ ଜନ୍ମଦିନ ଅବସରରେ ତାଙ୍କୁ ପ୍ରତ୍ୟେକ ଆଡ଼ୁ ଶୁଭକାମନା ଜଣାଉଛନ୍ତି ତାଙ୍କ ଫ୍ୟାନ । ତେବେ ବଡ଼ କବର ତରଫରୁ ମଧ୍ୟ ସଚିନଙ୍କୁ ତାଙ୍କ ଜନ୍ମଦିନର ବହୁତ ଶୁଭେଚ୍ଛା ଓ ଶୁଭକାମନା ।

Leave A Reply

Your email address will not be published.