ହାତବାନ୍ଧି ବସିଛି ମଣିଷ, ମେସିନ କରୁଛି କାମ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ମେସିନ କରୁଛି ମଣିଷଙ୍କ କାମ । ମହାତ୍ନାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଣିଷ ବଦଳରେ ମେସିନ କରୁଛି କାମ । କରୋନା ମାହାମରୀ ପାଇଁ ହାତରେ ହାତ ବାନ୍ଧି ବସିଛି ଶ୍ରମିକ । ରୋଜଗାର ଅଶାରେ ବାହାର ରାଜ୍ୟକୁ ଯାଉଛି ଦାଦନ ଖଟି । ଏଭଳି ସ୍ଥିତରେ ନରେଗା କାମକୁ ଜୋରଦାର କରିବା ସହ ଏଥିରେ କିଭଳି ଅଧିକରୁ ଅଧିକ ଶ୍ରମିକ କାମ ପାଇବେ ସେଥିପାଇଁ ଦୃଷ୍ଟି ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ କିନ୍ତୁ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତର ଭୀମପୁର ଗାଁ ପୋଖରୀକୁ ଖୋଳିବା ପାଇଁ ନରେଗା ଯୋଜନାରେ ଆଦେଶ ଆସିଥିଲା । ଉଦେଶ୍ୟ ଥିଲା ଲୋକେ କର୍ମ ନିଯୁକ୍ତି ପାଇବା ସହ ପୋଖରୀର ଉନ୍ନତୀକରଣ ହେବ । ଏଠି କିନ୍ତୁ ଦିନ ଦ୍ୱିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ମେସିନରେ କରାଯାଉଛି କାମ । ଖାଲି ସେତିକି ନୁହେଁ ଦୋଷ ଲୁଚାଇବା ପାଇଁ ଅନ୍ୟ ପଞ୍ଚାୟାତର କିଛି ଶ୍ରମିକଙ୍କୁ ଆଣି ଏଠାରେ କାମ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପଡି ଡିଆରଡିଏର ଆଜି ଆମ୍ବୁସଡ ମେମ୍ବର ଲଳିତା ସାହୁ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!