Masthead

ଆସ୍ଥା ଜିତିଲେ ଚମ୍ପାଇ

ରାଞ୍ଚି (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସରକାର । ବହୁମତ ପ୍ରମାଣିତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କଲେ । ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହେଲେ ହେମନ୍ତ ସୋରେନ । ବିଧାନସଭାରେ ଚମ୍ପାଇ ସୋରେନ୍ ସରକାର ସପକ୍ଷରେ ୪୭ଟି ଭୋଟ୍ ପଡିଥିଲା । ବିଧାନସଭାରେ ୮୧ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା ।

ଜେଏମଏମ-ଆରଜେଡି ଏବଂ କଂଗ୍ରେସ ପାଖରେ ୪୭ ବିଧାୟକ ଥିଲେ । ଏହି ସମସ୍ତ ବିଧାୟକ ଚଂପାଇଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି । ଏଥିମଧ୍ୟରୁ ୨୯ ବିଧାୟକ ଜେଏମଏମର, ୧୭ ଜଣ କଂଗ୍ରେସର ଏବଂ ଆରଜେଡିର ଜଣେ ବିଧାୟକ ରହିଛନ୍ତି । ରାଂଚି ଜମି ଅନିୟମିତତା ମାମଲାରେ ହେମନ୍ତ ସୋରେନ୍ ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚଂପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା