Masthead

ମୌଳିକ ସୁବିଧାରୁ ବଞ୍ଚିତ ୨୦ରୁ ଅଧିକ ପରିବାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମୌଳିକ ସୁବିଧାରୁ ବଞ୍ଚିତ ଗୋପିନାଥପୁର ପଞ୍ଚାୟତର ହରିଚନ୍ଦନ ପୁର ଗାଁର ୨୦ରୁ ଅଧିକ ପରିବାର । ସାଧାରଣ ନିର୍ବାଚନକୁ ମାତ୍ର କିଛିଦିନ ବାକି ଥିବାବେଳେ ନେତାମାନଙ୍କୁ ଭୋଟର ବିକାଶର ପାଠ ପଢାଉ ଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିବା ନେତାଙ୍କୁ ଜବାବ ମାଗୁଛନ୍ତି ଜନତା।

ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ହରିଚନ୍ଦନ ପୁର ଗ୍ରାମରେ । ସେହି ଗ୍ରାମରେ ୨୦ରୁ ଅଧିକ ପରିବାରଙ୍କ ଗ୍ରାମରେ ନାହିଁ ଭଲ ରାସ୍ତା ସାଙ୍ଗକୁ ପିଇବା ପାଣିର ସୁବିଧା । ପିଇବା ପାଣି ପାଇଁ ୩କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ରାଜ୍ୟ ସରକାରଙ୍କ ବସୁଧା ଏମାନଙ୍କ ପାଇଁ ଅଭିଶାପ ପାଲଟିଛି। ପାଇପ ଅଛି ହେଲେ ପାଣି ଆସିବାର ନା ନେଉନାହିଁ । ଏନେଇ ଗ୍ରାମବାସୀ ସରପଞ୍ଚ ପାଖରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ।

ଏନେଇ ସମୂହ ଗ୍ରାମବାସୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହିତ ଭୋଟ ବର୍ଜ୍ଜନର ଚେତାବନୀ ଦେଇଛନ୍ତି। ଏବିଷୟରେ ସ୍ଥାନୀୟ ସରପଞ୍ଚ ବାପୁନ ବାରିକଙ୍କ କହିବା କଥା ଏହି ରାସ୍ତାକାମ ପାଇଁ ୱାର୍କଅଡର ଆସିଛି । ତୁରନ୍ତ ଏହି ରାସ୍ତାକାମ ଆରମ୍ଭ କରା ଯିବା ସହିତ ନୂତନ ନଳକୂପ ବସାଇବା ପାଇଁ ବିଡିଓଙ୍କୁ ଅବଗତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ