Masthead

ସମ୍ବଲପୁରୀ ଶାଢୀରେ ଦେଶପ୍ରେମର ଝଲକ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ଉତ୍କର୍ଷ କଳାର ଦେଶ ଉତ୍କଳ । ଯାହାର ରହିଛି ସ୍ୱତନ୍ତ୍ର ପରିଚୟ । ସେ କାରୁକାର୍ଯ୍ୟ ହେଉ କିମ୍ବା ଚିତ୍ରକଳା ଅବା ନୃତ୍ୟକଳା । ଯାହାକୁ ନେଇ ସେ ଦେଶ ଭିତରେ ଏବଂ ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହିପରି ବାନ୍ଧକଳା । ଯାହାର ମଧ୍ୟ ଏକ ସ୍ୱତନ୍ତ୍ରତା ରହିଛି । ଯାହା ଦେଖବାକୁ ମିଳେ ସମ୍ବଲପୁରୀ ଶାଢ଼ୀ‌ରେ । ସମ୍ବଲପୁରୀ ଶାଢ଼ୀର ବୁଣାଶୈଳୀ ଏବଂ ରଙ୍ଗର ସମନ୍ୱୟ ଗ୍ରାହକଙ୍କୁ ବେଶ ଆକର୍ଷିତ କରିଥାଏ। ଦେଶ ବିଦେଶରେ ସେଥିପାଇଁ ସମ୍ବଲପୁରୀ ଶାଢ଼ୀର ଏକ ସ୍ୱତନ୍ତ୍ର ଚାହିଦା ରହିଛି।

ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରୀପାଲି ବ୍ଲକ ସହଲା ଗ୍ରାମର ଦୁଇ ବୁଣାକାର ସମ୍ବଲପୁରୀ ଶାଢ଼ୀ ବୁଣି ଏବେ ବେଶ ଚର୍ଚ୍ଚାରେ । ଯେଉଁଥିରେ ବୁଣା ଯାଇଛି ଭାରତ ମାନଚିତ୍ର । କେବଳ ଭାରତର ମାନଚିତ୍ର ନୁହେଁ ଏଥିରେ ମଧ୍ୟ ବିଭିନ୍ନ ରାଜ୍ୟଗୁଡିକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରାଯାଇଛି। ସହଲା ଗ୍ରାମର ଈଶ୍ୱର ମେହେର ଏବଂ ଡୋଲାମଣି ମେହେର । ସଂପର୍କରେ ମାମୁ-ଭଣଜା। ସମ୍ବଲପୁରୀ ଶାଢୀ ବୁଣିବା ତାଙ୍କର ପେସା ।

ଦୀର୍ଘ କିଛି ମାସର ପରିଶ୍ରମ ପରେ ସେମାନେ କିଛିଦିନ ତଳେ ଶାଢ଼ୀରେ ଭାରତ ମାନଚିତ୍ର ବୁଣିବାରେ ସକ୍ଷମ ହୋଇଛନ୍ତି। ଭାରତ ମାନଚିତ୍ର ସହ ବିଭିନ୍ନ ରାଜ୍ୟକୁ ସେମାନେ ଅଲଗା ଅଲଗା ଭାବେ ପ୍ରଦର୍ଶିତ କରି ପାରିଛନ୍ତି। ଶାଢୀଟି ପୂର୍ଣ୍ଣାଙ୍ଗ ହେବା ପରେ ଏବେ ଖୁବ୍‌ ଲୋଭନୀୟ ହୋଇଛି। ଶାଢୀରେ ସବୁଜ, କମଳା, ମଠା, ନାଳୀ, କଳା ଓ ଧଳା ରଙ୍ଗର ସୂତା ବ୍ୟବହାର କରାଯାଇଛି। ଶାଢୀରେ ଭାରତର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର, ନାମ ରହିଥିବା ବେଳେ ଭାରତ ମାନଚିତ୍ର ଶାଢୀ ସାରା ରହିଛି। ଶାଢୀର ବିଭିନ୍ନ ସ୍ଥାନରେ ଇଂରାଜୀରେ ’ଆଇ ଲଭ୍‍ ମାଇ ଇଣ୍ଡିଆ’ ଲେଖା ରହିଛି।

ଏହା ସମେତ ’ଜୟ ଜବାନ’ ’ଜୟ କିସାନ’ ଲେଖି ଦେଶ ମାତୃକାର ସେବା କରୁଥିବା ଜବାନ ଏବଂ କିସାନମାନଙ୍କୁ ଶାଢୀ ମାଧ୍ୟମରେ ଉତ୍ସାହିତ କରିଛନ୍ତି ମାମୁ-ଭଣଜା ।ଶାଢୀ ବୁଣିବାକୁ ପ୍ରାୟ ୩୦ଦିନ ସମୟ ଲାଗିଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ୩୦ ବଣ୍ଡଲ ସୂତା ଲାଗିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୨ରୁ ୧୫ ହଜାର ହେବ ବୋଲି ସେମାନେ ଆକଳନ କରିଛନ୍ତି। ଏକା ସାଙ୍ଗରେ ୪ଖଣ୍ଡ ଶାଢୀ ବୁଣିଥିବା ସେମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ