Masthead

ଜବର ଦଖଲ ଉଚ୍ଛେଦ ଦାବିରେ ଆରଆଇ ଅଫିସ ଘେରାଉ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମୋହନ ସରକାରଙ୍କ କଡା ନିର୍ଦ୍ଦେଶ ଗାଁ ଠୁ ସହର ସବୁଠି ହେବ ବେଆଇନ ଜବର ଦଖଲ ଉଚ୍ଛେଦ । ଏନେଇ ଅନେକ ଜିଲ୍ଲାରେ ଉଛେଦ ପକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାର ଏବେ ଧ୍ରୁତାରାଷ୍ଟ୍ର ଭୂମିକାରେ । ସୂଚନା ମୁତାବକ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ନାୟକ ସାହିରେ କିଛି କୁଚକ୍ରି ଲୋକ ସର୍ବସାଧାରଣ ରାସ୍ତାକୁ ଦୀର୍ଘଦିନ ହେବ ଅବରୋଧ କରିଥିବା ଦେଖିବାକୁ ମିଳିଛି।

ଫଳରେ ସେହି ସାହିକୁ ଜରୁରୀ କାଳୀନ ସେବା ପହଞ୍ଚି ପାରୁ ନାହଁ। ଏମିତିକି ରୋଗୀ , ବାହାଘର, ଆମୁଲାନ୍ସ ଏବଂ ପକ୍କାଘର କାର୍ଯ୍ୟ କରିବାକୁ ହେଲେ ୨କିମି ରାସ୍ତାରେ ସେମାନଙ୍କୁ ସଙ୍ଗୀଭାରରେ ନେବାକୁ ପଡୁଛି। ଏନେଇ ଷଣ୍ଢଗଡା ଗ୍ରାମରେ ନାୟକ ସାହିର ୫୦ରୁ ଅଧିକ ପରିବାର ରାସ୍ତା ଜବର ଦଖଲକାରୀମାନଙ୍କ ନାମରେ ତହସିଲଦାରଙ୍କ ପାଖରେ ଆଜକୁ ୧ମାସରୁ ଅଧିକ ହେବ ଅଭିଯୋଗ କରି ସାରିଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ଚାନ୍ଦବାଲି ତହସିଲଦାର ।

ଏନେଇ ଆଜି ଷଣ୍ଢଗଡା ନାୟକ ସାହିରେ ୫୦ରୁ ଅଧିକ ପରିବାର ଘଣ୍ଟେଶର ଆର ଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି । ଦୀର୍ଘ ୮ଘଣ୍ଟା ହେବ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି, ଘଣ୍ଟେଶ୍ୱର ଆର ଆଇଙ୍କ କହିବା କଥା ଅଭିଯୋଗ ମୁତାବକ କାର୍ଯ୍ୟ ଜାରି ରହିଛି । ତହସିଲଦାରଙ୍କ ଅଡର ଆସିଲେ ଉଛେଦ କାର୍ଯ୍ୟହେବା ଅନ୍ୟପଟେ ନାୟକ ସାହିର ମହିଳାମାନେ ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି