ଜବର ଦଖଲ ଉଚ୍ଛେଦ ଦାବିରେ ଆରଆଇ ଅଫିସ ଘେରାଉ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମୋହନ ସରକାରଙ୍କ କଡା ନିର୍ଦ୍ଦେଶ ଗାଁ ଠୁ ସହର ସବୁଠି ହେବ ବେଆଇନ ଜବର ଦଖଲ ଉଚ୍ଛେଦ । ଏନେଇ ଅନେକ ଜିଲ୍ଲାରେ ଉଛେଦ ପକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାର ଏବେ ଧ୍ରୁତାରାଷ୍ଟ୍ର ଭୂମିକାରେ । ସୂଚନା ମୁତାବକ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ନାୟକ ସାହିରେ କିଛି କୁଚକ୍ରି ଲୋକ ସର୍ବସାଧାରଣ ରାସ୍ତାକୁ ଦୀର୍ଘଦିନ ହେବ ଅବରୋଧ କରିଥିବା ଦେଖିବାକୁ ମିଳିଛି।

ଫଳରେ ସେହି ସାହିକୁ ଜରୁରୀ କାଳୀନ ସେବା ପହଞ୍ଚି ପାରୁ ନାହଁ। ଏମିତିକି ରୋଗୀ , ବାହାଘର, ଆମୁଲାନ୍ସ ଏବଂ ପକ୍କାଘର କାର୍ଯ୍ୟ କରିବାକୁ ହେଲେ ୨କିମି ରାସ୍ତାରେ ସେମାନଙ୍କୁ ସଙ୍ଗୀଭାରରେ ନେବାକୁ ପଡୁଛି। ଏନେଇ ଷଣ୍ଢଗଡା ଗ୍ରାମରେ ନାୟକ ସାହିର ୫୦ରୁ ଅଧିକ ପରିବାର ରାସ୍ତା ଜବର ଦଖଲକାରୀମାନଙ୍କ ନାମରେ ତହସିଲଦାରଙ୍କ ପାଖରେ ଆଜକୁ ୧ମାସରୁ ଅଧିକ ହେବ ଅଭିଯୋଗ କରି ସାରିଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ଚାନ୍ଦବାଲି ତହସିଲଦାର ।

ଏନେଇ ଆଜି ଷଣ୍ଢଗଡା ନାୟକ ସାହିରେ ୫୦ରୁ ଅଧିକ ପରିବାର ଘଣ୍ଟେଶର ଆର ଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି । ଦୀର୍ଘ ୮ଘଣ୍ଟା ହେବ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି, ଘଣ୍ଟେଶ୍ୱର ଆର ଆଇଙ୍କ କହିବା କଥା ଅଭିଯୋଗ ମୁତାବକ କାର୍ଯ୍ୟ ଜାରି ରହିଛି । ତହସିଲଦାରଙ୍କ ଅଡର ଆସିଲେ ଉଛେଦ କାର୍ଯ୍ୟହେବା ଅନ୍ୟପଟେ ନାୟକ ସାହିର ମହିଳାମାନେ ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’