Masthead

ବେଟି ବାଚାଓ ସ୍ଲୋଗାନରେ କ’ଣ ଘଟିଛି ତାହା ପ୍ରଧାନମନ୍ତ୍ରୀ କହିବା ଉଚିତ୍ : ସଞ୍ଜୟ ସିଂ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଗତ ଅଢେଇ ମାସ ଧରି ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସାରେ ଜଳୁଛି । ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ଉତ୍ତେଜନା ମଧ୍ୟରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୋମବାର (ଜୁଲାଇ ୨୪) ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଏହା ପରେ ସଞ୍ଜୟ ସିଂ ସାଂସଦମାନଙ୍କ ସହ ସଂସଦ ପରିସର ବାହାରେ ଧରଣାରେ ବସି କେନ୍ର୍ି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ ଏହି ଧାରଣ ସାରା ରାତି ପର୍ଯ୍ୟନ୍ତ ଚାଲିବ।

ଖାଲି ସେତିକି ନୁହେଁ ରାତି ସାରା ଧାରଣା ବସି ଗୀତ ଗାଇ ପରସ୍ପରକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ସେପଟେ ସଞ୍ଜୟ କହିଛନ୍ତି ଗତକାଲି ଠାରୁ ଆମେ ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବସିଛୁ। ଆମେ ଆମର ଆନ୍ଦୋଳନ ଜାରି ରଖିବୁ । ମଣିପୁରରେ ଡବଲ ଇଞ୍ଜିନ ସରକାର ଚାଲିଛି । ରାଜ୍ୟରେ ହିଂସାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ସରକାର । ସେ କହିଛନ୍ତି ଯେ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବା ଉଚିତ୍। ମଣିପୁରବାସୀଙ୍କ ସହ ଯାହା ଘଟିଲା ସମଗ୍ର ଦେଶ ଦେଖିଛି । ସରକାରଙ୍କ ବେଟି ବାଚାଓ ସ୍ଲୋଗାନରେ କ’ଣ ଘଟିଛି ତାହା ପ୍ରଧାନମନ୍ତ୍ରୀ କହିବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ