Masthead

କୋର୍ଟରେ ଗଣତିହେଲା ବାଲଟ ପେପର, ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ଜଜ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟରୁ ବିଜେପିକୁ ବଡ଼ ଝଟକା । ଚଣ୍ଡିଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ନାକଚ କରିଦେଇଥିବା ସମସ୍ତ ଭୋଟ ବୈଧ। ଏହି ମାମଲାର ଶୁଣାଣି କରି ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିଟର୍ଣ୍ଣିଂ ଅଫିସର ଅନୀଲ ମାସି ଜଣ କାଉନସିଲରଙ୍କ ଭୋଟକୁ ନାକଚ କରିଦେଇଥିଲେ। ଫଳରେ ବିଜେପି ମେୟର ନିର୍ବାଚନରେ ବିଜୟ ହୋଇଥିଲା। ଏହା ବିରୋଧରେ ଆପ ଓ କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।

ତେବେ ଆଜି ଅନୀଲ ନାକଚ କରିଥିବା ସମସ୍ତ ଭୋଟକୁ ସୁପ୍ରିମକୋର୍ଟ ବୈଧ ବୋଲି କହିଛନ୍ତି। ଏହି ୮ଟି ଭୋଟ ଆପ୍ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା। ତେଣୁ ନାକଚ ହୋଇଥିବା ଭୋଟକୁ ବୈଧ ଭାବେ ବିବେଚନା କରି ପୁନଃ ଗଣତି କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ପୂର୍ବରୁ ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ। ପୂର୍ବରୁଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ ବୋଲି କହିଥିଲେ ସୁପ୍ରିମକୋର୍ଟ ମେୟର ନିର୍ବାଚନ ବେଳେ ଅନିୟମିତତା ନେଇ ଶୁଣାଣି ବେଳେ କୋର୍ଟ ରିଟର୍ଣ୍ଣିଂ ଅଫିସର ଅନୀଲ ମାସିଙ୍କୁ ଏନେଇ ପ୍ରଶ୍ନ କରିଥିଲେ

ଏହାଛଡ଼ା ଜଣ ଆପ୍ କାଉନସିଲର ବିଜେପିରେ ଯୋଗଦେବା ଘଟଣାକୁ ଘୋଡ଼ାବେପାର କହିବା ସହ ଏହାକୁ ଗୁରୁତର ଘଟଣା ବୋଲି କହିଥିଲେ ସୁପ୍ରିମକୋର୍ଟ ଟାମ୍ପରିଂ ହୋଇଥିବା ବାଲାଟ ପେପର କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ