Masthead

ଅଗଷ୍ଟ ପ୍ରଥମ ସପ୍ତାହରେ ଚନ୍ଦ୍ର କକ୍ଷରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରେରଣ କରିଥିବା ଚନ୍ଦ୍ରୟାନ-୩ ଖୁବ୍‌ଶୀଘ୍ର ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପାଇଁ ଅଗ୍ରସର ହେଉଛି। ଧୀରେ ଧୀରେ ଏହା ଚନ୍ଦ୍ରର ନିମ୍ନ କକ୍ଷପଥକୁ ଯିବା ସହ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହଛନ୍ତି ପୃଥିବୀ ଚାରିପାଖେ ପ୍ରଦକ୍ଷିତ କରିବା ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥ ଆଡ଼କୁ ଅଗ୍ରସର ହେବ ।

ଏବଂ ଏହା ପରେ ସବୁଠାରୁ ଅଭ୍ୟନ୍ତରୀଣ ସ୍ତରକୁ ଗତି କରି ଅଗଷ୍ଟ ପ୍ରଥମ ସପ୍ତାହରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥକୁ ପ୍ରବେଶ କରିବା ପରେ ଦକ୍ଷିଣ ମେରୁର ଯେଉଁ ସ୍ଥାନକୁ ଅବତରଣ ପାଇଁ ଚୟନ କରାଯାଇଛି ତାହାକୁ ଚିହ୍ନଟ କରିବ । ଯଦି ସବୁ ଠିକଠାକ ଚାଲେ, ଆସନ୍ତା ମାସ ୨୩ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁ ଇଲାକାରେ ତାହା ଅବତରଣ କରିବ । ଗତ ୧୪ ତାରିଖରେ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏଲ୍‌ଭିଏମ୍‌-୩ ରକେଟ ସହାୟତାରେ ଚନ୍ଦ୍ରୟାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଥିଲା।

ଇତିମଧ୍ୟରେ ୪ ଥର ସଫଳତାର ସହ ଏହାକୁ କକ୍ଷ ଉତ୍ଥାନ କରାଗଲାଣି। ମଙ୍ଗଳବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପଞ୍ଚମ କକ୍ଷ ଉତ୍‌ଥାନ କରାଯିବ। ଏହାଦ୍ୱାରା ଚନ୍ଦ୍ରଯାନ ଅଧିକରୁ ଅଧିକ ଉଚ୍ଚ କକ୍ଷକୁ ଯାଉଛି। ପରବର୍ତ୍ତୀ ଅର୍ବିଟ ରେଜିଂ ମାନୋଭର ପରେ ଏହା ସିଧାସଳଖ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ