ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରାୟନ-୩ ମିଶନର ଶେଷ ପର୍ଯ୍ୟାୟ । ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ବିକ୍ରମ ଲାଣ୍ଡର ଚନ୍ଦ୍ରର ନିକଟତର ଫଟୋ ଉଠାଇଛି। ଏହି ଫଟୋଗୁଡିକୁ ଇସ୍ରୋ ଟ୍ୱିଟରରେ ସେୟାର କରିଛି । ଏବେ ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ଅଳ୍ପ କିଲୋମିଟର ଦୂରରେ କକ୍ଷପଥ କରୁଛି।
Chandrayaan-3 Mission:
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
— ISRO (@isro) August 21, 2023
ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ -୩ ର ଦ୍ୱିତୀୟ ତଥା ଅନ୍ତିମ ଡିବୋଷ୍ଟିଂ ମନିଭର୍ ସଫଳତାର ସହ କରାଯାଉଛି। ବର୍ତ୍ତମାନ ୨୩ ଅଗଷ୍ଟକୁ ଅପେକ୍ଷା କରାଯାଇଛି। ଯେତେବେଳେ ଭାରତ ଚନ୍ଦ୍ର ପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ ସହିତ ଇତିହାସ ସୃଷ୍ଟି କରିବ ।