Masthead

ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ (ବଡ଼ ଖବର ବ୍ୟୁରୋ) : ଶ୍ରୀକ୍ଷେତ୍ରରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ସ୍ନାନପୂର୍ଣ୍ଣିମାରେ ଉଠେ ଚାରିନାହାକା । କାର୍ଯ୍ୟ ବେଶ୍ ଆଗକୁ ବଢ଼ି ତିନି ରଥରେ ବଡ଼ ପୋଟଳ ଉଠାଯାଇଛି । ପୂର୍ବରୁ ରଥରେ ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଥିଲା । ପରେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ ପାରେଣୀ ଲାଗି ବଡ଼ ପୋଟଳ ରଖାଯାଇଛି । ମୁଖ୍ୟ ବିଶ୍ୱ କର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ । ବିଶ୍ୱକର୍ମାମାନେ ମାପଚୂପ କରି କଣ୍ଟା ପିଟିଥିଲେ । ବଡ଼ ପୋଟଳ ଉଠିବା ପରେ ରଥ ଶୀର୍ଷରେ ଠିଆ ହୋଇ ଭୋଇ ସେବକମାନେ ୫ମ ହରିବୋଲ ପକାଇଥିଲେ । ରଥ ଖଳାରେ କଇଁଚି କାମ ଆରମ୍ଭ ହୋଇ ଶେଷ ହେବା ଉପରେ । ତିନି ରଥରେ କଇଁଚି ଲାଗିବ । କଇଁଚି ଲାଗିବା ଦ୍ୱାରା ରଥ ଆଉ ଝାଙ୍କିବ ନାହିଁ ।

ରଥଗୁଡିକ ଅଧିକ ମଜଭୁତ ହେବ। ଚାଳନା ସମୟରେ ଆଉ ରଥ ଦୋହଲିବ ନାହିଁ । ପୋଟଳ ତିଆରି ଶେଷ ପର୍ଯ୍ୟାୟରେ । ବଡ଼ ପୋଟଳ ଉପରେ ୫ ପରସ୍ତ ପୋଟଳ ଉଠିବ । ପରେ ପାରାଭାଡ଼ିକୁ ମିଶାଇ ମୋଟ ୧୨ ପରସ୍ତ ପୋଟଳ ଉଠି ଖପୁରୀ ସ୍ଥାପନ ହେବ । ବୁଧବାର ତାଳ ଧ୍ୱଜର ଚାରପରିଛା ଲାଗିଥିଲା । ଗୁରୁବାର ଦେବଦଳନ ଓ ନନ୍ଦିଘୋଷର ଚାରପରିଛା ଲାଗିଛି । ତିନି ରଥର ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ତିନି ପାଶ୍ୱର୍ର ତାଗ (ପଟା ବଠନ୍) ବାଡ଼ିଆ ଆରମ୍ଭ ହୋଇଛି । ରଥରେ ପଛିଆଣି ଢମକ ପଡ଼ିଛି ।

ତିନି ରଥର ପ୍ରଭା ଫ୍ରେମ୍ ନିର୍ମାଣ ହୋଇଛି। ପ୍ରଥମ ଭୂଇଁରେ ବସିବା ପାଇଁ କନକମୁଣ୍ଡି ସରି ସେଥିରେ ବିନ୍ଧ ହୋଇଛି । ଦୁଆର ଘଡ଼ା ପାଇଁ ମଗର ମୁଖ ପଟା କାର୍ଯ୍ୟ ଶେଷ ହୋଇଛି । ରୂପକାରମାନେ ନାଟଗୋଡ଼ରେ ରାହୁ ରୂପ ଓ ପଟା ଗୁଜରେ ସିଂହ ବିରାଳ ଓ ଗଜ ବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ ତାଗ ଓ ଢମକ କଣ୍ଟା ଯୋଗାଇ କୁଡ଼ୁକା ପାଇଁ ଲୁହା ଏଲ୍ ପ୍ଲେଟ୍ ତିଆରି କରୁଛନ୍ତି । ଥର୍ମାଲ ଟେଷ୍ଟିଂ ପରେ ୧୯୭ ଜଣ ନିର୍ମାଣକାରୀ ସୁସ୍ଥ ଅବସ୍ଥାରେ କାର୍ଯ୍ୟରେ ଯୋଗ ଦେଇଥିବା ଏପିଆର୍ ଓ ଜିତେନ୍ଦ୍ର ମହାନ୍ତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି