Masthead

ପାର୍କରୁ ଖସି ଗାଁରେ ପଶିଲା ଚିତା, ଆତଙ୍କିତ ଗ୍ରାମବାସୀ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): କୁନୋ ପାର୍କରୁ ଚିତା ଫେରାର୍ । ସ୍ଥାନୀୟ ଗାଁରେ ପଶିଲା ଚିତା । ଭୟଭିତ ଗ୍ରାମବାସୀ । ପାର୍କ ଠାରୁ ୨୦ କିଲୋମିଟର ଦୂର ଗାଁ ନିକଟରେ ତାକୁ ଠାବ କରାଯାଇଛି । ଏପରିକି ଚିତାଟି ଗାଁରେ ଏକ ଗାଈକୁ ମଧ୍ୟ ଶିକାର କରିଛି । ଚିତା ଭୟରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଓ ଚିତା ମିତ୍ରମାନେ ଗାଁରେ ପହଞ୍ଚିଛନ୍ତି । ଏହି ଟିମରେ ପ୍ରାୟ ୫୦ ଜଣ ଅଧିକାରୀ, ବିଶେଷଜ୍ଞ, ଡାକ୍ତର ଓ କର୍ମଚାରୀ ଅଛନ୍ତି । ସେମାନେ ଚିତାକୁ ପାର୍କକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ତାକୁ ମାଂସରେ ନିଶା ଔଷଧ ମିଶାଇ ବେହୋସ୍ କରାଯିବା ପରେ ପାର୍କକୁ ଫେରାଇ ଅଣାଯିବ । ନହେଲେ ଟ୍ରାଙ୍କୁଲାଇଜ୍ କରାଯାଇ ପିଞ୍ଜରାରେ ପୁଣି ପାର୍କକୁ ଫେରାଇ ଅଣାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ