Masthead

ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ, ବିଜେପିର ଦଳୀୟ ସମାବେଶରେ ଦେବେ ଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଝାଡ଼ଖଣ୍ଡରେ BJPର ଦଳୀୟ ସମାବେଶରେ ଯୋଗ ଦେବେ। ଆଜି ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଆ ଭାଷାଭାଷୀଙ୍କ ଉପରେ ପ୍ରଭାବ ପକାଇବ। ସେହିପରି ସୀମାନ୍ତ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଯିବେ ବୋଲି ସୂଚନା ମିଳିଛି। ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ। ତେବେ ବିଜେପି ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା