Masthead

ପୁଅକୁ ବିଷ ଦେଇ ମାରିଲା ସାବତ ବାପା

ରାଇଘର(ବଡ଼ ଖବର ବ୍ୟୁରୋ): ପୁଅକୁ ବିଷ ଦେଇ ମାରିଲା ସାବତ ବାପା । ସାବତ ବାପାର ସଇତାନୀ କାଣ୍ଡ । କାଶ ଔଷଧ ନାଁରେ ତିନି ବର୍ଷର ଶିଶୁ ପୁତ୍ରକୁ ଦେଇଦେଲା ବିଷ । ମେଡିକାଲରେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନବରଙ୍ଗପୁର ଜିଲ୍ଲା ଗଞ୍ଜପାରା ପଂଚାୟତ ଆମାବେଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଅଭିଯୋଗ । ତିନି ମାସ ପୂର୍ବେ ଅମାବେଡା ଗାଁର ବିଶ୍ବନାଥ ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ କସକଙ୍ଗା ପଂଚାୟତ ଜଡ଼ାପାରାର ଗାୟତ୍ରୀ ଗଣ୍ଡ । କିନ୍ତୁ ପୂର୍ବରୁ ସେ ଅନ୍ୟ ଜଣେ ଯୁବକଙ୍କ ସନ୍ତାନର ମା’ ବନିସାରିଥିଲେ ।

ପୁଅକୁ ମଧ୍ୟ ତିନି ବର୍ଷ ହୋଇସାରିଥିଲା । ଏବେ କିନ୍ତୁ ପୂର୍ବ ସ୍ୱାମୀଠାରୁ ଅଲଗା ହୋଇ ବିଶ୍ୱନାଥଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଗାୟତ୍ରୀ । ପୁଅ ସହ ଶ୍ୱଶୁର ଘର ଆସିଥିଲେ ଗାୟତ୍ରୀ । ଅନ୍ୟ ଜଣଙ୍କ ଠାରୁ ଜନ୍ମିତ ପୁଅକୁ ଗ୍ରହଣ କରିବାକୁ ରାଜି ନଥିଲା ବିଶ୍ୱନାଥ । ଏନେଇ ଶିଶୁଟିକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରୁଥିଲା ବିଶ୍ୱନାଥ । ଆଜି ଶିଶୁଟିକୁ କାସ ହେବାରୁ ଗ୍ରାୟତ୍ରୀ ବିଶ୍ୱନାଥକୁ ଔଷଧ ଆଣିବାକୁ କହିଥିଲେ । ଏହାର ସୁଯୋଗ ନେଇ ବିଶ୍ୱନାଥ ଔଷଧ ବଦଳରେ ବଜାରରୁ ବିଷ ଆଣି ଦେଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରି ଛତିଶଗଡ ସୀମାରୁ ବିଶ୍ଵନାଥକୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା