ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରାରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ମହାବିଭ୍ରାଟ । ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ସମୀକ୍ଷା। ଗୁଣ୍ଡିଚା ଘର ଦଳାଚକଟା ପରେ ସିଏମଙ୍କ ପ୍ରଥମ୍ ଗସ୍ତ । ଅପରାହ୍ନରେ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ। ଦଇତା ନିଯୋଗ ଓ ସେବାୟତଙ୍କ ସହ ହେବ ଆଲୋଚନା । ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ ।