Masthead

ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା ଚେନ ଓ ମୁଦି । ଏଭଳି ଘଟଣା ଅନୁଗୁଳ ସହରରେ ଘଟିଥିବା ବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ ଆଉ ହାତରେ ସୁନା ମୁଦି ପିନ୍ଧି ହୁଲୁରିସିଂହାକୁ ଯାଉଥିଲେ । ତେବେ ଦିବ୍ୟଜ୍ୟୋତି ହଲ ଛକ ନିକଟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ନିଜକୁ ପୋଲିସ ପରିଚୟ ଦେଇଥିଲେ  ।

କହିଥିଲେ ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିବା ସହ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ ଗାଡି ଡିକିରେ ରଖି ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ୪ ଟି ଗୋଡି ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହା ସେହି ଦୁଇ ଠକଙ୍କ କାମ ଜାଣି ଅନୁଗୁଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ